ପୋଷ୍ଟରରେ ମୋଦୀ, ଶାହାଙ୍କ ସହ ଜ୍ୟୋତିରାଦିତ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଭିଣ୍ଡ 

ଜାମ୍ମୁ-କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ପରେ ଭାଜପା ପକ୍ଷରୁ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ପୋଷ୍ଟର ଲଗାଯାଇଛି । ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ସହ ଦେଖିବାକୁ ମିଳୁଛନ୍ତି । ଏହି ପୋଷ୍ଟର ଭାଜପାର ଭିନ୍ଦ ଜିଲ୍ଲାର କୋର୍ଡିନେଟରଙ୍କ ଦ୍ୱାରା ଲଗାଯାଇଛି । ତେବେ ଏହି ପୋଷ୍ଟରକୁ ନେଇ କଂଗ୍ରେସ କିମ୍ବା ଭାଜପା ପକ୍ଷରୁ କୌଣସି ପ୍ରତିକି୍ରୟା ଆସିନାହିଁ ।
ନିକଟରେ ବିଭିନ୍ନ ପ୍ରସଙ୍ଗରେ ଜ୍ୟୋତିରାଦିତ୍ୟ କଂଗ୍ରେସ ବିରୋଧରେ ଠିଆ ହୋଇଛନ୍ତି । ଭିନ୍ଦରେ ହିଁ ସେ ଏକ ଜନସଭାରେ କମଲନାଥଙ୍କ ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ । କୃଷକଙ୍କୁ ସଠିକ୍‌ ଭାବେ ଋଣମାଫ୍‌ ସୁବିଧା ମିଳୁନଥିବାର ଅଭିଯୋଗ ମଧ୍ୟ ଆଣିଥିଲେ । ଏହି ଘଟଣା କଂଗ୍ରେସ ଭିତର ଫାଟ ଅର୍ଥାତ୍‌ କମଲନାଥ ଏବଂ ଜ୍ୟୋତିରାଦିତ୍ୟଙ୍କ ବିବାଦକୁ ପଦାରେ ପକାଇଛି । ଏହି କ୍ରମରେ ଲାଗିଥିବା ପୋଷ୍ଟର ସୂଚାଉଛି ଯେ, ସିନ୍ଧିଆ ବିରୋଧୀଙ୍କୁ ଅଧିକ ପ୍ରାଧାନ୍ୟ ଦେଇ ନିଜ ଦଳର କ୍ଷତି କରୁଛନ୍ତି । ସୂଚନାଯୋଗ୍ୟ ଯେ, ଧାରା-୩୭୦ ଉଚ୍ଛେଦକୁ କଂଗ୍ରେସ ବିରୋଧ କରିଥିଲା ବେଳେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ ଦେଇଥିଲେ ଜ୍ୟୋତିରାଦିତ୍ୟ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*