ପେଟ୍ରୋଲ ପମ୍ପ ପାଇଁ ଏଲଓଆଇର ବିତରଣ କାର୍ଯ୍ୟକ୍ରମ ମୋଦୀ ସରକାରରେ ଗରିବ ପିଲା ମାଲିକ ବନୁଛି : ଧର୍ମେନ୍ଦ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ନୂଆଦିଲ୍ଲୀ/ଭୁବନେଶ୍ୱର

ପୂର୍ବରୁ ବଡ ବଡ ଲୋକ, ମନ୍ତ୍ରୀ, ବିଧାୟକ, ଅଧିକାରୀ ଏବଂ ସାଂସଦଙ୍କ ଚିହ୍ନା ପରିଚୟ ଲୋକଙ୍କୁ ଏଲଓଆଇ (ଲେଟର ଅଫ୍ ଇନ୍ଟେଂଟ୍) ଦିଆଯାଉଥିଲା । ମାତ୍ର ଆଜି ଦଳିତ ବର୍ଗ ଓ ଦିବ୍ୟାଙ୍ଗ ପିଲା ମଧ୍ୟ ଏଲଓଆଇ ପାଇପାରୁଛି । ପେଟ୍ରୋଲ ପମ୍ପ ଖୋଲିବା ସହ ସେମାନେ ମଧ୍ୟ କୋଟିପତି ହୋଇ ମାଲିକ ବନିପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନୂଆଦିଲ୍ଲୀର କନ୍ଷ୍ଟିଚୁ୍ୟସନ୍ କ୍ଲବରେ ପେଟ୍ରୋଲ ପମ୍ପ ପାଇଁ ଏଲଓଆଇର ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୭୫ ହଜାର ନୂଆ ପେଟ୍ରୋଲ ପମ୍ପ ପାଇଁ ବିଜ୍ଞାପନ ହୋଇଛି । ଏଥିପାଇଁ ୪ ଲକ୍ଷରୁ ଅଧିକ ଆପ୍ଲିକେସନ ଆସିଛି । ଗତ ଜାନୁଆରୀ ୨୫ ତାରିଖରୁ ଦେଶର ବିଭିନ୍ନ ଜିଲ୍ଲାରେ ଏନ୍ଆଇସି ସେଂଟରରେ ଏହାର ବିଡିଂ, ଲଟ୍ରି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜି ଦେଶର ପ୍ରଥମ ୨୫୦୦ ସଫଳ ଲାଭାର୍ଥୀମାନଙ୍କୁ ଏଲଓଆଇ ଦିଆଯାଇଛି । ଏହି ଲୋକମାନେ ଆଗାମୀ ଦିନରେ ମାଲିକ ବନନ୍ତୁ ଏବଂ ଅନ୍ୟକୁ ମଧ୍ୟ ରୋଜଗାର ଦିଅନ୍ତୁ । ଦିଲ୍ଲୀ ତଥା ଦେଶର ଅନ୍ୟ ୧୨ଟି ଅଞ୍ଚଳରେ ଏପ୍ରକାର କାର୍ଯ୍ୟକ୍ରମକୁ ଏକାଠି କରି ସମସ୍ତଙ୍କୁ ଏଲଓଆଇ ପଠାଇ ଦିଆଯାଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ସରକାର ସ୍ୱଚ୍ଛ ଭାବେ ଚାଲିବା ଦରକାର । ଗୋଟିଏ ପେଟ୍ରୋଲ ପମ୍ପ ଖୋଲାଯିବା ମାତ୍ରେ ଅନ୍ୟକୁ ରୋଜଗାର ଦିଆଯାଇପାରୁଛି । ବଜାର ଏବଂ ଅନ୍ୟାନ୍ୟ ଆବଶ୍ୟକତାକୁ ଦେଖି ଏହି ସରକାର ଏ କ୍ଷେତ୍ରରେ କାମ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁମାନେ ଦେଶର ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କଲେ ସେମାନେ ଆଜି ମୋଦୀ ସରକାରଙ୍କୁ ରୋଜଗାର ଉପରେ ପଚାରୁଛନ୍ତି । ପେଟ୍ରୋଲିୟମ ବିଭାଗରେ ଯୁବକ ଯୁବତୀଙ୍କୁ ରୋଜଗାର ଦେବାର ବ୍ୟବସ୍ଥା ହୋଇଛି । ଆଇଓସି ଦେଶର ସବୁଠୁ ଦୁର୍ଗମ ସ୍ଥାନରେ ପେଟ୍ରୋଲ ପହଁଚାଉଛି । ଇନ୍ଦିଆନ୍ ଅଏଲ୍ ଅନ୍ୟ ସହଯୋଗୀ ମାନଙ୍କ ଦ୍ୱାରା ଦେଶରେ କୋଣ ଅନୁକୋଣରେ ଇନ୍ଧନ ପହଁଚାଇ କୀର୍ତି ସ୍ଥାପନ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*