ପେଟରୁ ବାହାରିଲା ପଥର, ଠିପି, କଏନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ସିଓଲ
ପେଟ ଯନ୍ତ୍ରଣା ଭୋଗୁଥିବା ଜଣେ ରୋଗୀଙ୍କୁ ଡାକ୍ତରଖାନା ନେବାପରେ ଜଣାପଡିଲା ଯେ, ତାଙ୍କ ପେଟରେ ଅଛି ଛୋଟ ପଥର, ବୋତଲର ଠିପି, କଏନ ।
ସିଓଲ ନିକଟରେ ରହୁଥିବା ଏହି ବ୍ୟକ୍ତି ଜଣଙ୍କ ପେଟ ଯନ୍ତ୍ରଣା ନେଇ ନିକଟସ୍ଥ ଡାକ୍ତରଖାନାକୁ ଯାଇଥିଲେ । ଡାକ୍ତରମାନେ ଯାଞ୍ଚ କରିବା ସହ ଏକ୍ସରେ କରିଥିଲେ । ଏକ୍ସରେରୁ ଜଣାପଡିଥିଲା ଯେ, ତାଙ୍କ ପେଟରେ ଏହା ରହିଛି । ପଚାରିବାରେ ରୋଗୀ ଜଣଙ୍କ ସ୍ୱିକାର କରିଥିଲେ ବିଭିନ୍ନ କାରଣରୁ ମୁଁ ମାନସିକ ଅବସାଦରେ ରହୁଥିଲି । ଏଥିପାଇଁ ପଥର, ଠିପି, କଏନ ଓ ଅନ୍ୟ ସାମଗ୍ରୀ ଖାଇବାର ଅଭ୍ୟାସରେ ପଡିଯାଇଥିଲେ । ୫୪ବର୍ଷିୟ ଏହି ବ୍ୟକ୍ତିଙ୍କର ଅପରେସନ୍‌ କରାଯାଇଥିଲା । ପେଟ ଭିତରୁ ୨କେଜି ପଥର, ଠିପି, ଚାବି, କଏନ ଆଦି ବାହାରିଥିଲା । ବର୍ତ୍ତମାନ ସେ ସୁସ୍ଥ ଥିଲାବେଳେ ତାଙ୍କୁ ଡାକ୍ତରଖାନାରୁ ରିଲିଜ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*