ପୀଡିତାଙ୍କ ପରିବାରକୁ ଭେଟିଲେ ଏସପି ପରମାର ସ୍ମିଥ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ସାରସକଣା

ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ପାନ୍ଧଡା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ଅରକ୍ଷି ଅଧିକ୍ଷକ ପରମାର ସ୍ମିଥ ପୁରଷୋତ୍ତମ ଦାସ । ପ୍ରକାଶ ଥାଉକି ରାଇରାଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗରେ ଚୁକ୍ତି ଭିତ୍ତିକ ଅଧ୍ୟାପିକା ଭାବେ କାର୍ଯ୍ୟରତ ଥିବା ରୁକ୍ମିଣୀ ମନ୍ଦଳ ଦୁର୍ଷ୍କମର ଶିକାର ହେବାପରେ ଅତ୍ମହତ୍ୟା କରିଥିଲେ । ପୁଲିସର ଏବଂ ସାଇଣ୍ଟିଫିକ ଟିମର ତଦନ୍ତ ସହିତ ରାଇରଙ୍ଗପୁର ମେଡିକାଲରେ ଶବବ୍ୟବଛେଦ ହୋଇସାରିବା ପରେ ରବିବାର ବିଳମ୍ବିତ ରାତିରେ ମରଶରୀର ତାଙ୍କ ଜନ୍ମ ସ୍ଥାନ ପାନ୍ଧଡା ଗାଁକୁ ପହଁଚିବା ମାତ୍ରେ ଅତ୍ୟନ୍ତ ଭାବବିହୋଳ ପରିବେଶ ସୃଷ୍ଟି ହୋଇଥିଲା । ଶୋକାକୁଳ ପରିବେଶ ଭିତରେ ଅଧ୍ୟାପିକା ରୁକ୍ମିଣୀଙ୍କ ଅନ୍ତିମ ସକ୍ରାର ଶେଷ ହୋଇଛି । ତେବେ ଜିଲ୍ଲା ପୁଲିସ ତରଫରୁ ଜିଲ୍ଲା ଅରକ୍ଷି ଅଧିକ୍ଷକ ପରମାର ସ୍ମିଥ ପୁରଷୋତ୍ତମ ଦାସ ଏବଂ ଝାରପୋଖରିଆ ଥାନାଧିକାରୀ ସୁର୍ଦଶନ ଗାଙ୍ଗଇ ପିଡିତାଙ୍କ ପାରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହିତ ଦିର୍ଘ ୨ଘଣ୍ଟା ସମୟ ବିତାଇବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ଏବଂ ଆଇନ ଅନୁସାରେ ଦୋଷି ମାନଙ୍କୁ କୋଠର ଦନ୍ଦ ପ୍ରଦାନରେ ସେ ସମସ୍ତ ପ୍ରକାର ସାହାଯ୍ୟ ଏବଂ ସହଯୋଗ କରିବେ ବୋଲି ପରିବାରବର୍ଗଙ୍କୁ ପ୍ରତିଶୃତି ପ୍ରଦାନ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*