ପିଲାଙ୍କ ପାଇଁ ଫାଷ୍ଟଫୁଡ୍‌ କ୍ଷତିକାରକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଆଜିକାଲି ପିଲାମାନେ ପୋଷକତତ୍ୱ ନୁହେଁ ବରଂ ଜୀଭକୁ ଭଲ ଲାଗୁଥିବା ଖାଇବା ଖାଉଛନ୍ତି । ଫଳରେ ଫାଷ୍ଟଫୁଡ୍‌ ସେମାନଙ୍କର ପ୍ରଥମ ପସନ୍ଦ ପାଲଟିଛି । ବିଶେଷଜ୍ଞଙ୍କ ମତରେ ସ୍କୁଲ ଯାଉଥିବା ପିଲାଙ୍କର ଓଜନ ବଢିବାର ପଛର ମୂଳ କାରଣ ହେଉଛି ଫାଷ୍ଟଫୁଡ୍‌ ।
ବିଶେଷଜ୍ଞମାନେ ୧୨ହଜାରରୁ ଅଧିକ ସ୍କୁଲ ପିଲାଙ୍କ ଉପରେ ଏନେଇ ଏକ ଗବେଷଣା କରିଥିଲେ । ଏଥିରୁ ଜଣାପଡିଥିଲା ଯେ, ୨୦%ରୁ ଅଧିକ ପିଲାଙ୍କ ମୋଟାପାର କାରଣ ହେଉଛି ଫାଷ୍ଟଫୁଡ୍‌ । ଡାକ୍ତରଙ୍କ ମତରେ ଅତ୍ୟଧିକ ଫାଷ୍ଟଫୁଡ୍‌ ଦ୍ୱାରା ଲିଭର ଦୁର୍ବଳ ହୋଇଥାଏ, ମାନସିକ ଅଭିବୃଦ୍ଧି ମନ୍ଥର ରୁହେ, ମୋଟାପା ସମସ୍ୟା ଦେଖାଦେଇଥାଏ ଏବଂ ପିଲାଙ୍କ ଭିତରେ ଡାଇବେଟିସର ଆଶଙ୍କା ଦେଖାଦେଇଥାଏ ।
କିପରି ମୁକୁଳାଇବେ
ପିଲାଙ୍କୁ ଫାଷ୍ଟଫୁଡ୍‌ ମୋହ ରୁ ଦୂରେଇବା ପାଇଁ ଘରେ ସେମାନଙ୍କ ପାଇଁ ଖାଇବା ପିଇବାର ଏକ ଚାଟ୍‌ ପ୍ରସ୍ତୁତ କରନ୍ତୁ । ଚାଟ୍‌ ପ୍ରସ୍ତୁତ ସମୟରେ ପିଲାଙ୍କର ଆଗ୍ରହକୁ ମଧ୍ୟ ଦୃଷ୍ଟି ଦିଅନ୍ତୁ । ପିଲାମାନଙ୍କୁ ନିୟମିତ ଯୋଗ ଏବଂ ବ୍ୟାୟାମ କରିବାର ପରାମର୍ଶ ଦିଅନ୍ତୁ । ଘରେ ତିଆରି ହେଉଥିବା ଖାଇବା ଦିଅନ୍ତୁ,ବେଳେବେଳେ ଘର ତିଆରି ଖାଇବାର ସ୍ୱାଦକୁ ବଢାଇବା ପାଇଁ କିଛି ନୂଆ ଉଦ୍ୟମ କରନ୍ତୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*