ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇ ୦.୧୬ପ୍ରତିଶତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ
ଅଣ ଖାଦ୍ୟ ସାମଗ୍ରୀ ଏବଂ ବିନିର୍ମାଣ ଉତ୍ପାଦର ମୂଲ୍ୟ ହ୍ରାସ କାରଣରୁ ପାଇକାରୀ ମୂଲ୍ୟ ଆଧାରିତ ମୁଦ୍ରାସ୍ଫୀତି ଅକ୍ଟୋବର ମାସରେ ହ୍ରାସ ପାଇ ୦.୧୬ପ୍ରତିଶତରେ ପହଞ୍ଚôଛି । ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ମୁଦ୍ରାସ୍ଫୀତି ହାର ୦.୩୩ପ୍ରତିଶତ ଥିଲା । ଗୁରୁବାର ସରକାରୀ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ମାସିକ ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି ଅକ୍ଟୋବର ୨୦୧୮ରେ ୫.୫୪ପ୍ରତିଶତ ଥିଲା ।
ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ଖାଦ୍ୟ ପାନୀୟ ସାମଗ୍ରୀର ମୁଦ୍ରାସ୍ଫୀତି ଅକ୍ଟୋବର ମାସରେ ବୃଦ୍ଧି ପାଇ ୯.୮ପ୍ରତିଶତରେ ରହିଥିଲାବେଳେ ଅଣଖାଦ୍ୟ ସାମଗ୍ରୀ ଉତ୍ପାଦର ମୁଦ୍ରାସ୍ଫୀତି ୨.୩୫ପ୍ରତିଶତ ରହିଛି । ନିର୍ମାଣ ଉତ୍ପାଦ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ଏହି ମାସରେ ୦ରୁ୦.୮୪ପ୍ରତିଶତ ତଳେ ରହିଛି । ତେବେ ଫଳ ଏବଂ ପନିପରିବା ସମେତ ଅନ୍ୟ ଖାଦ୍ୟ ପଦାର୍ଥର ମୂଲ୍ୟ ବୃଦ୍ଧି କାରଣରୁ ଅକ୍ଟୋବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୧୬ମାସରେ ସର୍ବାଧିକ ୪.୬୨ପ୍ରତିଶତରେ ପହଞ୍ଚôଛି । ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ଫଳ ଏବଂ ପନିପରିବା, ଅନ୍ଦା, ଘୁଷୁରି ମାଂସ, ହରଡ, ଚା’, ଗହମ,ରାଜମା, ମସଲା,ମାଛ, ଚିକେନ, ଚଣା, ମୁଗ ଆଦି ସାମଗ୍ରୀର ମୂଲ୍ୟ ବୃଦ୍ଧି କାରଣରୁ ଖାଦ୍ୟ ଯୋଗ୍ୟ ପଦାର୍ଥର ସୂଚକାଙ୍କ ବୃଦ୍ଧି ପାଇ ୩.୨ପ୍ରତିଶତ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*