ନୂଆ ଓଡ଼ିଆ ସିନେମା ହୀରାଲାଲ- ମୋତିଲାଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଓଲିଉଡର ଜଣାଶୁଣା ନିର୍ମାତା ସର୍ଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ ପୁଣି ଏକ ନୂଆ ଓଡ଼ିଆ ସିନେମା ନିର୍ମାଣ କରୁଥିବା ଜଣାଯାଇଛି । ଏହି ଫିଲ୍ମର ଟାଇଟଲ୍ ହେଲା ‘ହୀରାଲାଲ ମୋତିଲାଲ’ । ମୁନ୍ ଟିଭି ଓ ‘ମାଇଁ ହାର୍ଟ ବିଟ୍ସ ଫର୍ ଓଲିଉଡ’ର ମିଳିତ ପ୍ରଯୋଜନା ନିର୍ମିତ ହେଉଛି ଏହି ସିନେମା । ଏହି ଫିଲ୍ମର ନିଦେ୍ର୍ଦଶନା ଦେଉଛନ୍ତି ଅଶ୍ୱନୀ ଗଡ଼ନାୟକ ।
ମୁନ୍ ଟିଭି ବ୍ୟାନରରେ ନିର୍ମାତା ସର୍ଚ୍ଚିକାନ୍ତ ଜେନା ଆଗରୁ ଡାର୍ଲିଂ, ଝିଅଟା ବିଗିଡିଗଲା ଓ ବଜରଙ୍ଗୀ ଆଦି ଓଡ଼ିଆ ସିନେମାର ପ୍ରଯୋଜନା କରିଥିଲେ । ଏସବୁ ଫିଲ୍ମର ନିଦେ୍ର୍ଦଶକ ଥିଲେ ବିନି ପଟ୍ଟନାୟକ । ହେଲେ ‘ହୀରାଲାଲ୍ ମୋତିଲାଲ୍’ ନିଦେ୍ର୍ଦଶନା ଦାୟିତ୍ୱ ନିଜେ ବହନ କରିନାହାନ୍ତି ବିନି ପଟ୍ଟନାୟକ ।
‘ହୀରାଲାଲ୍ ମୋତିଲାଲ୍’ର ଟାଇଟଲରୁ ହିଁ ଜଣାପଡୁଛି ଯେ ଏହା ଏକ କମେଡି । ଏଥିରେ ଜଣାଶୁଣା ହାସ୍ୟାଭିନେତା ଅମର ଓ ଗୁଡୁ ଏ ଦୁଇ ଭୂମିକାରେ ନଜର ଆସିବେ ବୋଲି କୁହାଯାଇଛି । ଏ ଦୁଇ ନାମୀ କଳାକାରଙ୍କ ବ୍ୟତୀତ ବାଳକୃଷ୍ଣଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ବାଳକୃଷ୍ଣ ସର୍ବପ୍ରଥମେ ସଂଜୟ ନାୟକଙ୍କ ନିଦେ୍ର୍ଦଶିତ ‘ଭାଇନା, କ’ଣ କଲା ସେ’ ଫିଲ୍ମରେ ନାୟକ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ।
‘ହୀରାଲାଲ୍ ମୋତିଲାଲ୍’ର ଅନ୍ୟ ପ୍ରମୁଖ କଳାକାରମାନେ ହେଲେ ସୁମନ, କାଳିଆ, ଜୀବନ ପନ୍ଦା, ବାବୁ ପ୍ରଧାନ, ସଲିଲ୍ ମିତ୍ର, ଦେବୁ ବ୍ରହ୍ମା ପ୍ରମୁଖ । ସବୁଠାରୁ ଉଲ୍ଲେଖନୀୟ କଥା ହେଲା ଯେ ଏହି ସିନେମାରେ ଦି ଜଣ ନୁହେଁ କି ତିନି ଜଣ ନୁହେଁ, ଛଅ ଛଅ ଜଣ ନାୟିକାଙ୍କୁ ଭେଟିବେ ଦର୍ଶକ । ଏମାନେ ସମସ୍ତେ ନବାଗତା । ଯେଉଁ ନୂଆ ନାୟିକାଙ୍କୁ ପରଦାରେ ଦର୍ଶକ ଦେଖିବାକୁ ପାଇବେ, ସେମାନେ ହେଲେ ମେହେକ୍, ଅମ୍ରିତା, ପ୍ରଜ୍ଞା, ଦିଶା, ପୁଷ୍ପାରାଣୀ ଓ ରୋଜାଲିନ୍ ପ୍ରମୁଖ । ମିଳିଥିବା ସୂଚନା ଅନୁଯାୟୀ ଫିଲ୍ମର ସୁଟିଂ ଚାଲିଛି । ‘ହୀରାଲାଲ୍ ମୋତିଲାଲ୍’ ସିନେମାରେ ସଙ୍ଗୀତ ନିଦେ୍ର୍ଦଶନା ଦେଉଛନ୍ତି ବୈଦ୍ୟନାଥ ଦାସ । ଏଠାରେ ସୂଚନାଯୋଗ୍ୟ ଯେ ଆଗରୁ ମୁନ୍ ଟିଭି ଓ ବିନି ପଟ୍ଟନାୟକଙ୍କ ସିନେମା ଗୁଡିକରେ ପ୍ରେମ ଆନନ୍ଦ ସଙ୍ଗୀତ ନିଦେ୍ର୍ଦଶନା ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*