ନାବାଳିକାଙ୍କୁ ଦୁଷ୍କର୍ମ ଫେରାର ଅଭିଯୁକ୍ତ ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଭୁବନେଶ୍ୱର

ନାବାଳିକା ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ କରିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଦୁଷ୍କର୍ମ ଘଟଣାରେ ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି ଖନ୍ଦଗିରି ଥାନା ପୁଲିସ । ଫେରାର ଅଭିଯୁକ୍ତକୁ ପୁଲିସ ମଙ୍ଗଳବାର ଦିନ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ଖାରବେଳନଗରର ସଂଜୟ ମାଳି(୨୩) । ଆଜି କୋର୍ଟ ଚାଲାଣ କରାଯାଇଛି । ସଂଜୟର ଜାମିନ ନାମଞ୍ଜୁର ହୋଇଯିବାରୁ ସମସ୍ତଙ୍କୁ ଝାରପଡା ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଖନ୍ଦଗିରି ଥାନା ପୁଲିସ ସୂଚନା ଦେଇଛି । ସୂଚନାଯୋଗ୍ୟ ଯେ, ପୁରୀର ଜଣେ ନାବାଳିକା ଯୁବତୀ (ରାଜଶ୍ରୀ)ଛଦ୍ମନାମ ମା ମରିଯିବା ପରେ ବଡ ଭଉଣୀଙ୍କ ସହ ଭୁବନେଶ୍ୱର ଚାଲି ଆସିଥିଲେ । ରାଜଶ୍ରୀ ନିଜର କାମ ଧନ୍ଦା କରି ତଳୁଥିବା ସମୟରେ ଖାରବେଳନଗର ଥାନା ଷ୍ଟେସନ ପାଖରେ ସଂଜୟ ମାଳି ନାମକ ଜଣେ ଯୁବକ ଦେଖା ହୋଇଥିଲା । ସେ ତାଙ୍କୁ କୋ÷ଶଳ କ୍ରମେ ପ୍ରେମ ଜାଲରେ ଫସାଇ ଗନ୍ଦମୁନ୍ଦାକୁ ନେଇ ଯାଇଥିଲେ । ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଏହାର କିଛି ଦିନ ପରେ ବଡ ଭଉଣୀଙ୍କ ଦେହ ଖରାପ ହେବାରୁ ସେ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାଜଶ୍ରୀଙ୍କୁ ଭଲ ପାଉଥିବା ଯୁବକ ଜଣଙ୍କ ତାଙ୍କୁ ଛାଡି ପଳାଇଥିଲେ । ଏମ୍ସ ହସ୍ପିଟାଲ ଭଉଣୀକୁ ଦେଖିବାକୁ ଯାଇଥିବା ରାଜଶ୍ରୀ କାନ୍ଦୁଥିବାବେଳେ କିଛି ସ୍ୱେଚ୍ଛାସେବୀ ସଂଗଠନ ଏନେଇ ତାଙ୍କୁ ପଚାରିବାରୁ ସେ ସମସ୍ତ ଘଟଣା କହିଥିଲେ । ପରେ ମହିଳା ସଂଗଠନ ଯୁବତୀଙ୍କୁ ଉଦ୍ଧାର କରି ଖନ୍ଦଗିରି ଥାନାରେ ଅଭିଯୋଗ କରିବାକୁ କହିଥିଲେ । ଖନ୍ଦଗିରି ଥାନା ପୁଲିସ ଏନେଇ ଦୁଷ୍କର୍ମ ମାମଲା ରୁଜୁ କରି ଯୁବତୀଙ୍କ ଡାକ୍ତରୀ ମାଇନା କରିବା ସହ ବୟାନ ରେକର୍ଡ କରିଥିଲା । ଫେରାର ଅଭିଯୁକ୍ତ ଖାରବେଳନଗରର ସଂଜୟ ମାଳିକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*