ନମ୍ରତାଙ୍କ ‘ମନ ଯାହା ଖୋଜୁଥିଲା’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

୨୦୧୭ରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ ଜଣେ ନବାଗତ ନାୟିକା ଯାହାଙ୍କ ନାଁ ହେଲା ନମ୍ରତା ସିଂ ଦେଓ । ସେ ‘ଆଖି ଖୋଲିଲେ ତୁ ହିଁ ତୁ’ ସିନେମା ଜରିଆରେ ଓଲିଉଡ୍‌ରେ ଏଣ୍ଟ୍ରି ନେଇଥିଲେ । ଏହି ସିନେମାରେ ଆଉ ଜଣେ ନାୟିକା ଥିଲେ ସୁରମୟୀ । ମାତ୍ର ନର୍ମତାଙ୍କୁ ବି ଦର୍ଶକ ପସନ୍ଦ କରିଥିଲେ ଏହି ଫିଲ୍ମରେ । ଏଥିରେ ଉଭୟଙ୍କର ନାୟକ ରୂପେ ନଜର ଆସିଥିଲେ ଦୀପକ । ଆଖି ଖୋଲିଲେ ତୁ ହି ତୁ’ ପରେ ପ୍ରାୟ ଦୁଇ ବର୍ଷ ହେବ ନମ୍ରତା ସିଂ ଦେଓଙ୍କୁ କୌଣସି ଓଡ଼ିଆ ସିନେମାରେ ଲିଡ୍‌ ରୋଲରେ ଦେଖିବାକୁ ମିଳିନଥିଲା । ହେଲେ ଏବେ ସେ ଆଉ ଏକ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି । ଏଠାରେ ଯେଉଁ ନୂଆ ସିନେମାର କଥା କୁହାଯାଉଛି, ତା’ର ଟାଇଟଲ ହେଲା ‘ମନ ଯାହା ଖୋଜୁଥିଲା’ । ଏଥିରେ ଜଣେ ନବାଗତଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ନମ୍ରତା । ଏହି ନବାଗତଙ୍କ ନାଁ ହେଲା ଓମ୍‌କାର । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ ଓ ଡଃ ଅନନ୍ତ ଆଚାର୍ଯ୍ୟ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ‘ମନ ଯାହା ଖୋଜୁଥିଲା’ର ନିଦେ୍ର୍ଦଶକ ହେଲେ ଏନ୍‌ ପାଢ଼ୀ । ଏହାର ସଂଳାପ ଲେଖିଛନ୍ତି ଡଃ ଦୀପକ ଜେନା । ଏହାଛଡ଼ା ନମ୍ରତା ଅନ୍ୟ ଏକ ସିନେମା ‘ତୋ’ ପାଇଁ ଫେରିବି ବସୁଧା ଚିରି’ରେ ବି ଆସୁଛନ୍ତି । ଏଥିରେ ନମ୍ରତାଙ୍କ ନାୟକ ଭୂମିକା ନିଭାଉଛନ୍ତି ଚନ୍ଦନ । ପ୍ରଥମ ଥର ଲାଗି ପରଦାରେ ଚନ୍ଦନ-ନମ୍ରତାଙ୍କ ଯୋଡ଼ିକୁ ଦେଖିବେ ଦର୍ଶକ । ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା, ଶ୍ରୀତମ୍‌ ଦାସ ଏବଂ ଦୁଷ୍ମନ୍ତ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି । ଏହାର ପ୍ରଯୋଜନା କରିଛନ୍ତି ଶରତପ୍ରିୟ ପାଟଯୋଶୀ ଓ ଶ୍ୟାମ ସୁନ୍ଦର ଅଗ୍ରୱାଲ । ସଞ୍ଜୟ ନାୟକ ଏହାର ନିଦେ୍ର୍ଦଶନା ଦାୟିତ୍ୱରେ ଅଛନ୍ତି । ମଳୟ ମିଶ୍ର ଏହାର ସଙ୍ଗୀତ ନିଦେ୍ର୍ଦଶକ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*