ଧୋନୀଙ୍କ ଆଶୀର୍ବାଦ ନେଲେ ଯଶସ୍ୱୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ସାରଜା

ପୁରା ଭାରତରେ ଏବେ ଯେଉଁ କେତେଜଣ ଯୁବା ବ୍ୟାଟ୍ସମ୍ୟାନଙ୍କ ପ୍ରତିଭାକୁ ନେଇ ଜୋର ଚର୍ଚ୍ଚା ସେମାନଙ୍କ ଭିତରେ ସାମିଲ ଅଛନ୍ତି ଯଶସ୍ୱୀ ଜୟସ୍ୱାଲ । ୧୯ ବର୍ଷରୁ କମ୍ ବିଶ୍ୱକପ୍ର ହିରୋ ଯଶସ୍ୱୀ ଖୁବ୍ ଶୀଘ୍ର ଟିମ୍ ଇନ୍ଦିଆର ଡାକରା ପାଇବେ ବୋଲି ଅନେକ ବିଚାର କରୁଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ସେ ଆଇପିଏଲରେ ପଦାପର୍ଣ କରି ରାଜସ୍ଥାନ ରୟାଲ୍ସ ପକ୍ଷରୁ ଓପନ କରିଥିଲେ । ୧୯ ବର୍ଷରୁ କମ୍ ବିଶ୍ୱକପ୍ର ସେମିରେ ପାକିସ୍ତାନ ବିରୋଧରେ ଶତକ ସହ ପ୍ରତିଯୋଗୀତାରେ ୪୦୦ରୁ ଅଧିକ ରନ୍ କରିଥିବା ଯଶସ୍ୱୀ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ମହାନତମ କି୍ରକେଟର ମହେନ୍ଦ୍ର ସିଂ ଧୋନୀଙ୍କ ପାଖରୁ ଲୋଡିଥିଲେ ଆର୍ଶୀବାଦ । ସିଏ ଜାଣିଥିଲେ ମାହୀଙ୍କ ଆର୍ଶୀବାଦ ତାଙ୍କୁ ବିରାଟ କି୍ରକେଟର କରି ଗଢ଼ି ତୋଳିବାରେ ସାହାର୍ଯ୍ୟ କରିବ ବୋଲି । ଧୋନୀ ଟସ୍ ପାଇଁ ଗଲା ବେଳେ ଯଶସ୍ୱୀ ଚୁପ୍ଚାପ୍ ତାଙ୍କ ଆଡ଼କୁ ଚାଲି ଆସି ଅଟକାଇଥିଲେ । ହାତ ଯୋଡ଼ି ନମସ୍କାର କରିବା ସହ କିଛି କଥା ହୋଇଥିଲେ । ଧୋନୀ ବି ଖୁସିରେ ତାଙ୍କୁ ପ୍ରେରଣା ଭରା କିଛି ଶବ୍ଦ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*