ଧନୀ ଫୁଟବଲର ହୋଇ ରହିଲେ ମେସୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ବାର୍ସିଲୋନା

ନିଜ କ୍ଳବ ବାର୍ସିଲୋନା ସହ ଚୁକ୍ତି ବିବାଦ କାରଣରୁ ଏବର୍ଷ ଦଳ ତ୍ୟାଗ କରି ବଡ଼ ଅର୍ଥରେ ଅନ୍ୟ କ୍ଳବକୁ ଯାଇପାରିନାହାନ୍ତି ଲିଓନେଲ୍‌ ମେସୀ । ତଥାପି ଆର୍ଜେଣ୍ଟିନାର ଏହି ପ୍ରମୁଖ ଷ୍ଟାଇକର ଏବର୍ଷ ବି ସବୁଠାରୁ ଧନୀ ଫୁଟବଲର ହୋଇ ରହିଛନ୍ତି । ଫୋବର୍ସ ପତି୍ରକା ପକ୍ଷରୁ ଫୁଟବଲର ମାନଙ୍କର ଆୟ ବିଶ୍ଳେଷଣ କରି ଧନୀ ଫୁଟବଲର ଏକତାଲିକା ପ୍ରକାଶ କରିଛି । ଏବର୍ଷ ମେସୀଙ୍କ ଆୟ ୧୨୬ମିଲିୟନ ଡଲାର ହେବ ବୋଲଇ ଫୋବର୍ସ ପକ୍ଷରୁ କୁହାଯାଇଛି । ୯୨ ମିଲିୟନ ଦରମାରୁ ତଥା ବିଜ୍ଞାପନରୁ ୩୪ ଲିମିୟନ ମେସୀ ଆୟ କରିବେ । ମେସୀଙ୍କ ତଳକୁ ଅଛନ୍ତି ପର୍ତ୍ତୃଗାଲ ତଥା ଜୁଭେଣ୍ଟସ ଷ୍ଟ୍ରାଇକର ଖ୍ରୀଷ୍ଟିଆନୋ ରେନାଲଡୋ । ତାଙ୍କ ଆୟ ଏବର୍ଷ ୧୧୭ ବିଲିୟନ ଡଲାର ହେବ ।
୯୬ମିଲିୟନ ଡଲାର ଆୟ ସହ ନେମାର ତୃତୀୟ ସ୍ଥାନରେ ଅଛନ୍ତି ଏହି ତାଲିକାରେ । ତାଙ୍କରି ପ୍ୟାରିସ ସେଣ୍ଟ ଜର୍ମାନ କ୍ଳବ ସାଥୀ କିଲିୟାନ୍‌ ମାମ୍‌ବାପେ ୪୨ମିଲିୟନ ଡଲାର ଆୟ ସହ ଚତୁର୍ଥ ସ୍ଥାନକୁ ଉଠି ଆସିଛନ୍ତି । ଇଂଲିଶ ପି୍ରମିୟର ଲିଗ୍‌ ବିଶ୍ୱର ସବୁଠାରୁ ଧନୀ ଘରୋଇ ଲିଗ୍‌ ହୋଇଥିଲେ ମଧ୍ୟ ଏହାର ମାତ୍ର ୩ଜଣ ଖେଳାଳି ଧନୀ ଫୁଟଲବରଙ୍କ ଟପ୍‌ ୧୦ ତାଲିକାରେ ଆସିପାରିଛନ୍ତି । ଲିଭରପୁଲ୍‌ର ଷ୍ଟାର ଷ୍ଟ୍ରାଇକର ମହମ୍ମଦ ସାଲା ୩୭ ମିଲିୟନ ଡଲାର ଆୟ ସହ ୫ମ, ମାଞ୍ଚେଷ୍ଟର ୟୁନାଇଟେଡ ମିଡ ଫିଲ୍ଡର ପଲ୍‌ ପଗବା ୩୪ମିଲିୟନ ସହ ଷଷ୍ଠ ଓ ପଗ୍‌ବାଙ୍କ ଦଳୀୟ ବୋଲି ଡେଭିଡ ୨୭ ମିଲିୟନ ସହ ୧୦ମ ସ୍ଥାନରେ ଅଛନ୍ତି । ବାର୍ସିଲୋନା ଷ୍ଟ୍ରାଇକର ଆଣ୍ଟୋନୀ ଗି୍ରଞ୍ଜମାନ ୭ମ, ରିୟଲ ମାଦି୍ରଦର, ଗାରେଧ ବାଲେ ୮ମ ଏବଂ ବ୍ରାୟାନ ମୁ୍ୟନିକର ରବର୍ଟ ୯ମ ସ୍ଥାନରେ ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*