‘ଦ ହ୍ୱାଇଟ୍ ଟାଇଗର’ରେ ଆସିବେ ପ୍ରିୟଙ୍କା ଓ ରାଜକୁମାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଖୁବ୍ ଶିଘ୍ର ପ୍ରିୟଙ୍କା ଚୋପ୍ରା ଓ ରାଜକୁମାର ରାଓ ଏକା ସହିତ ଏକ ନୂଆ ଫିଲ୍ମରେ ନଜର ଆସିବେ । ଏହି ଦୁହିଁଙ୍କୁ ଏବେ ନେଟାଫ୍ଲେକ୍ସର ୱେବ୍ ଫିଲ୍ମ ‘ଦ ହ୍ୱାଇଟ୍ ଟାଇଗର’ରେ ଦେଖିବାକୁ ମିଳିବ । ଦୁଇଜଣ ଏହି ପ୍ରୋଜେକ୍ଟକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ପ୍ରିୟଙ୍କା ଓ ରାଜକୁମାର ଏହି ଫିଲ୍ମକୁ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ବହୁତ ଶିଘ୍ର ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଯିବ । ଏହି ଦୁଇ କଳାକାର ଏବେ ଫିଲ୍ମର ସୁଟିଂକୁ ଅପେକ୍ଷା କରି ବସିଛନ୍ତି ।
ପ୍ରିୟଙ୍କା ଚୋପ୍ରା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ଟିମ୍ ସହ ପ୍ରଥମ ଦିନର ଏକ ଛୋଟ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓର କ୍ୟାପସନରେ ପ୍ରିୟଙ୍କା ଲେଖିଛନ୍ତି ଯେ, ‘ସୁଟିଂ ପାଇଁ ଆଉ ଅପେକ୍ଷା କରି ହେଉନାହିଁ’ । ଏହି ଭିଡିଓରେ ପ୍ରିୟଙ୍କାଙ୍କ ସହିତ ରାଜକୁମାର ରାଓ ମଧ୍ୟ ଅଛନ୍ତି । ସେହିଭଳି ରାଜକୁମାର ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି । ରାଜକୁମାର ଫିଲ୍ମ ସହିତ ଜଡିତ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ରାଜକୁମାରଙ୍କ ସହିତ ପ୍ରିୟଙ୍କା ଚୋପ୍ରା, ରମିନ ବାହାରିନ ଓ ମୁକୁଲ ଦେଓରାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ଫଟୋର କ୍ୟାପସନରେ ରାଜକୁମାର ଲେଖିଛନ୍ତି ଯେ, ‘ଦ ହ୍ୱାଇଟ୍ ଟାଇଗର’ରେ ଟ୍ୟାଲେଣ୍ଟେଡ୍‌ ଲୋକଙ୍କ ସହିତ କାମ କରିବା ପାଇଁ ମୁଁ ଆଉ ଅଧିକ ଅପେକ୍ଷା କରିପାରିବି ନାହିଁ । ଏହି ଫିଲ୍ମର ନାମ ଏକ ନଭେଲ ଉପରେ ଆଧାରିତ । ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହୋଇପାରେ । ଏହି ଫିଲ୍ମର କାହାଣୀ ଏକ ଚା’ ବିକ୍ରି କରୁଥିବା ବ୍ୟକ୍ତିର ଜୀବନୀ ଓ ସପଳତା ଉପରେ ଆଧାରିତ । ‘ଦ ହ୍ୱାଇଟ୍ ଟାଇଗର’କୁ ନେଟାଫ୍ଲେକ୍ସ ଓ ମୁକୁଲ ଦେଓରା ମିଶି ପ୍ରଯୋଜନା କରୁଥିବା ବେଳେ ଏହି ଫିଲ୍ମର ଏକ୍ଜିକୁ୍ୟଟଭ୍ ପ୍ରଡୁ୍ୟସର ହେଉଛନ୍ତି ନିଜେ ପ୍ରିୟଙ୍କା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*