ଦ୍ୱିତୀୟ ଥର ସଫଳ ହେବେ ତ ରିୟାନା?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ରିୟାନା ଓଲିଉଡ୍ ପାଇଁ ନୂଆ କିନ୍ତୁ ବଲିଉଡ୍ରେ ପୁରୁଣା । ରୟାନା ଶୁକ୍ଳା ଦୁଇଟି ହିନ୍ଦୀ ସିନେମାରେ କାମ କରିଛନ୍ତି । ଏ ଦୁଇ ସିନେମା ହେଲା ‘ମିଷ୍ଟର ଏମ୍‌ବିଏ’ ଓ ‘ଲକ୍ଷ୍ମୌ ବି ଇଶ୍କ’ । ଏବେ ସେ ଆଉ ଏକ ହିନ୍ଦୀ ସିନେମାରେ କାମ କରୁଛନ୍ତି । ଏହାର ଶୀର୍ଷକ ହେଲା ‘ଲାଇଫ୍‌ କି ଐସି କି ତୈସି’ । ରିୟାନା ଶୁକ୍ଳାଙ୍କର ପ୍ରଥମ ଓଡ଼ିଆ ସିନେମା ମୁକ୍ତିଲାଭ କରିଛି । ଏହି ସିନେମାର ଶୀର୍ଷକ ହେଲା ‘ଏ ଦିଲ୍ ତତେ ଦେଲି’ । ଏହାର ନିଦେ୍ର୍ଦଶନା ଦାୟିତ୍ୱରେ ଥିଲେ ନୀଲୁ ବକ୍ସ । ଏହି ଫିଲ୍ମରେ ରିୟାନାଙ୍କର ବୋଲ୍ଡ ଅବତାର ରହିଥିଲା । ଏହି ଦୃଶ୍ୟରେ ସେ ନାୟକ ବିଭାସଙ୍କ ସହ ଉତ୍ତେଜକ ଦୃଶ୍ୟରେ ଅଭିନୟ କରିଥିଲେ । ଏହି ଉତ୍ତେଜକ ଦୃଶ୍ୟ ‘ଏ ଦିଲ୍‌ ତତେ ଦେଲି’ କୁ ବ୍ୟାବସାୟିକ ସଫଳତା ଆଣି ଦେବାରେ ସକ୍ଷମ କିନ୍ତୁ ହୋଇପାରି ନଥିଲା । ଏବେ ରିୟାନାଙ୍କର ଅନ୍ୟ ଏକ ଓଡ଼ିଆ ସିନେମା ‘ତୁ ଅଛୁ ତ ମୁଁ ଅଛି’ ମୁକ୍ତି ପ୍ରତୀକ୍ଷାରେ ରହିଛି । ସଞ୍ଜୟ ନାୟକ ଏହାର ନିଦେ୍ର୍ଦଶକ ଓ ଚନ୍ଦନ ଏଥିରେ ନାୟକ ଭୂମିକାରେ ଅଛନ୍ତି । ରିୟାନା ଦ୍ୱିତୀୟ ଥର ସଫଳତା ପାଉଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*