ଦେଶର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କ ୨୧୩ତମ ବଳିଦାନ ଦିବସ ପାଳିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ସ୍ଥାନୀୟ ଏଜି ଛକସ୍ଥିତ ଭାରତ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଶହୀଦ୍ ମହାନ ବିପ୍ଳବୀ ଜୟୀରାଜଗୁରୁଙ୍କ ୨୧୩ତମ ବଳିଦାନ ଦିବସ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପାଳିତ ହୋଇଯାଇଛି । ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ତାଙ୍କର ଅମର ବିରତ୍ୱ ଗାଥା ସମ୍ବନ୍ଧରେ ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ ଓ ସୀତାବଲ୍ଲଭ ମହାପାତ୍ର, ଶ୍ରେୟାସ୍ମିତା ପନ୍ଦା ମତବ୍ୟକ୍ତ କରି କହିଲେ ଯେ, ବି୍ରିଟିଶରାଜ ବିରୋଧରେ ଜୟୀରାଜଗୁରୁଙ୍କ ସଂଗ୍ରାମ ଅଦ୍ୱିତୀୟ ଥିଲା । ସେ ଏକାଧାରାରେ ଜଣେ ସଂଗ୍ରାମୀ, ସଂଗଠକ, ମେଧାବୀ, ଶାସ୍ତ୍ର ବିଶାରଦ ପ୍ରମୁଖ ବ୍ୟକ୍ତିତ୍ୱର ପ୍ରତୀକ ଥିଲେ । ତାଙ୍କ ପ୍ରତିମୂର୍ତିରେ ଆବିର୍ଭାବ ଓ ତିରୋଧାନ ତଥା ତାଙ୍କ କୀର୍ତ୍ତି ଓ କୃତି ସମ୍ବନ୍ଧରେ ଉଲ୍ଲେଖ ନଥିବା କଥା ଦର୍ଶାଇଥିଲେ । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଅଭିଯାନ ପକ୍ଷରୁ ମତବ୍ୟକ୍ତ କରାଯିବା ସହିତ କ୍ଷୋଭ ପ୍ରକାଶ ମଧ୍ୟ କରାଯାଇଥିଲା । ପାଇକମାନଙ୍କୁ ଏକତ୍ର କରି ଓଡ଼ିଶାର ସ୍ୱାଧୀନତା ପାଇଁ ଲଢ଼ି ପ୍ରାଣବଳୀ ଦେଇଥିଲେ । ଓଡ଼ିଶାରେ ପାଇକ ବିଦ୍ରୋହର ମହାନାୟକମାନଙ୍କୁ ଏକତ୍ରିତ କରି ଇଂରେଜ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ସେ ଆଜିର ଯୁବପୀଢ଼ୀ ଓ ସମଗ୍ର ଦେଶବାସୀଙ୍କ ପାଇଁ ଆଦର୍ଶର ପ୍ରତୀକ ବୋଲି ବକ୍ତାମାନେ କହିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ନାରାୟଣ ଚନ୍ଦ୍ର ଓଝା, ଗୀତାରାଣୀ ବେହେରା, ସୀତାଂଶୁ ଶେଖର ମହାରଣା, ମନଜିତ୍ କୌର, ରିତୁରାଣୀ ସାସ୍ମଲ, ବାପି ରାଉତ, ସଂଧ୍ୟାରାଣୀ ବିଷୋୟୀ, ବ୍ରଜବନ୍ଧୁ ପରିଡ଼ା, ସମିତା ମହାରଣା, ବି. ମୂରଲୀଧର, ନିରଂଜନ ସାହୁ, ତନ୍ମୟ ସାମନ୍ତରାୟ, ଲକ୍ଷ୍ମଣ ଦାସ, ଶିବ ଶଙ୍କର ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*