ଦୁର୍ନୀତି ବିରୋଧୀ ଶପଥ ପାଠ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ରଘୁନାଥପୁର

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକରେ କାର୍ଯ୍ୟରତ ଯନ୍ତ୍ରୀ ଓ ସମସ୍ତ କର୍ମଚାରୀ ସମ୍ବିଧାନ ଦିବସ ପାଳନ ଅବସରରେ ବ୍ଲକରେ କୌଣସି ଦୁର୍ନୀତି ନ କରିବା ଓ ପିସି ନ ନେବା ପାଇଁ ଶପଥ ପାଠ କରିଥିଲେ । ଯେଉଁ ଶପଥ ପାଠ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ବିଡିଓ ପଞ୍ଚାନନ ପଟ୍ଟାୟତ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ କିରାଣି ଗୁଣନିଧି ବେହେରା, ସହକାରୀ ଯନ୍ତ୍ରୀ ଅମୀୟ ମଲ୍ଲିକ୍, ହିସାବ ନୀରିକ୍ଷକ ଅନିତା ସାମଲ, କୋଷାଧ୍ୟକ୍ଷ ସୁକାନ୍ତ ହୋତା, ଅତିରିକ୍ତ ବିଡିଓ ଅଶୋକ କୁମାର ମହାନ୍ତିଙ୍କ ସହିତ ସମସ୍ତ କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ବିଡିଓ ଶ୍ରୀ ପଟ୍ଟାୟତ ଦିବସର ଗୁରୁତ୍ୱ ଉପରେ ନିଜର ମତାମତ ପ୍ରଦାନ କରି ବ୍ଲକ କାର୍ଯ୍ୟରେ ସଚ୍ଚୋଟତା ଅବଲମ୍ବନ କରିବା ପାଇଁ ସମସ୍ତଙ୍କୁ ଶପଥ କରାଇଥିଲେ । ଯେଉଁ ଯନ୍ତ୍ରୀମାନେ ସଚ୍ଚୋଟତା ଅବଲମ୍ବନ କରିବା ପାଇଁ ଶପଥ ନେଇଥିଲେ, ସେମାନେ ବ୍ଲକ ଉନ୍ନୟନ କାର୍ଯ୍ୟରେ ଠିକାଦାରଙ୍କ ଠାରୁ ୧୧ ଶତକଡାରୁ ଅଧିକ ପିସି ନେଉଛନ୍ତି । ଯିଏ ଯେତେ ନିମ୍ନମାନର କାର୍ଯ୍ୟ କରିଥିଲେ ମଧ୍ୟ ମୋଟା ଅଙ୍କର ପିସି ଦେଲେ ସବୁ ବିଲ୍ ପାସ୍ ହେଉଛି । ଏହି ବ୍ଲକରେ ପୂର୍ବରୁ କାର୍ଯ୍ୟରତ ୨ ମହିଳା ଯନ୍ତ୍ରୀଙ୍କ ଦୀର୍ଘ ଦିନ ଧରି ବଦଳି ହୋଇଥିଲେ ମଧ୍ୟ ସେମାନେ ପିସି ନେଇ ପୁରୁଣା ବିଲ୍କୁ ପାସ୍ କରାଇଦେବାରେ ସକ୍ଷମ ହେଉଛନ୍ତି । ତେବେ ମୋଟାମୋଟି ଭାବେ ଏହି ବ୍ଲକର ଯନ୍ତ୍ରୀମାନେ ଦୁର୍ନୀତିରେ ବୁଡି ରହି ଦୁର୍ନୀତି ବିରୋଧୀ ଶପଥ ପାଠ କରୁଥିବାରୁ ତାହା ଚର୍ଚ୍ଚାର ବିଷୟ ପାଲଟିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*