ଦୁର୍ଦ୍ଦାନ୍ତ ଅପରାଧୀ ଲିଟୁକୁ ଏନକାଉଣ୍ଟର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କେନ୍ଦ୍ରାପଡା/ମହାକାଳପଡା/ମାର୍ଶାଘାଇ

ପୁଣି ଏକ ଏନକାଉଣ୍ଟର କରିଛି କେନ୍ଦ୍ରାପଡା ପୁଲିସ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବଉଦ-ତିଖିରୀ ରାସ୍ତାର ଏକ କଲଭଟ ନିକଟରେ ଦୁର୍ଦ୍ଦାନ୍ତ ଅପରାଧି ଦେବୀ ପ୍ରସାଦ ଦାସ ଓରଫ ଲିଟୁକୁ କ୍ନେ୍ଦ୍ରାପଡା ସ୍ପେସାଲ ସ୍ୱାର୍ଡ ଓ ମାର୍ଶାଘାଇ ପୁଲିସ ଟିମ୍ ମିଳିତ ଭାବେ ଏନକାଉଣ୍ଟର କରିଛି । ସୂଚନା ଅନୁଯାୟୀ, ଲିଟୁ ୫ ବର୍ଷ ହେବ ପୁଲିସ ଜାଲରେ ଥିଲା । ଗତ ୧୬ ତାରିଖରେ ସମାଗୋଳ ଜେଲରୁ ଜାମିନରେ ଆସିଥିଲା ଲିଟୁ । ଶୁକ୍ରବାର ରାତିରେ ଧନିଆପଡାର ସାଜନ ବେହେରାଙ୍କ ଘର ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲା ଲିଟୁ ଓ ତାର ସହୋଯୋଗୀ ।
ଏନେଇ ସାଜନ ମାର୍ଶାଘାଇ ଥାନାରେ ଲିଟୁ ନାମରେ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିଥିଲାବେଳେ ଲିଟୁ ଫେରାର ହୋଇଯାଇଥିଲା । ତେବେ ଲିଟୁ ବଉଦ-ତିଖିରୀ ରାସ୍ତାରେ ବସିଥିବା ପୁଲିସ ଖବର ପାଇ ତାକୁ ଧରିବାକୁ ଚେଷ୍ଟା କରିବା ବେଳେ ସେ ପୁଲିସ ଉପରକୁ ଦୁଇ ରାଉନ୍ଦ ଗୁଳି ଚାଳନା କରିଥିଲା । ଫଳରେ ପୁଲିସ ଲିଟୁକୁ ଏନକାଉଣ୍ଟର କରିଥିଲା । ଲିଟୁର ଡାହାଣ ଆଣ୍ଠୁରେ ଦୁଇଟି ଗୁଳି ବାଜିଥିଲା । ଆହତ ଲିଟୁକୁ ପୁଲିସ ପ୍ରଥମେ ମାର୍ଶାଘାଇ ଓ ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟାଳୟକୁ ନେଇଥିଲା । ତେବେ ଅଧିକ ଚିକିତ୍ସା ପାଇଁ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଲିଟୁ ନାମରେ ପୂର୍ବରୁ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର ଜିଲ୍ଲାରେ ଦାଦାବଟି, ହତ୍ୟା ଧମକ, ହତ୍ୟା ଉଦ୍ୟମ ଭଳି ବିଭିନ୍ନ ସଙ୍ଗୀନ ମାମଲା ଥିବା ପୁଲିସ ସୂଚନା ଦେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*