ଦିଲ୍ଲୀରେ ଲାଗିଛି ସାଂସଦ ଗୌତମଙ୍କ ନିଖୋଜ ପୋଷ୍ଟର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ପୂର୍ବ ଦିଲ୍ଲୀର ଭାଜପା ସାଂସଦ ତଥା ପୂର୍ବ କି୍ରକେଟର ଗୌତମ ଗମ୍ଭୀରଙ୍କ ଇନେ୍ଦାରରେ ଜିଲାପୀ ଖାଇବା ପରଠାରୁ ବିବାଦ ଥମିବାର ନାମ ନେଉନାହିଁ । ଏବେ ଦିଲ୍ଲୀର ଆଇଟିଓ ଅଞ୍ଚଳରେ ସାଂସଦ ଗୌତମ ନିଖୋଜ ଥିବାର ପୋଷ୍ଟର ଲାଗିଛି । ସେଥିରେ ଲେଖାଯାଇଛି ଯେ, ‘କ’ଣ ଆପଣ ଏହି ବ୍ୟକ୍ତିଙ୍କୁ ଦେଖିଛନ୍ତି?’ ଶେଷ ଥର ପାଇଁ ଇନେ୍ଦାରରେ ସେ ଜିଲାପୀ ଖାଉଥିବା ଦେଖାଦେଇଥିଲା । ପୂର୍ବ ଦିଲ୍ଲୀ ତାଙ୍କୁ ଏବେ ଖୋଜୁଛି ।
ଗୌତମ ଗମ୍ଭୀରଙ୍କ ଫଟୋ ଏହି ଅଞ୍ଚଳର ବିଭିନ୍ନ ଗଛରେ ଲଗାଯାଇଛି । କିଏ ଲଗାଇଛି ତାହା ଜଣାପଡିନାହିଁ । ଶନିବାର ରାତିରେ ଏହି ଫଟୋ ଲଗାଯାଇଥିବା କୁହାଯାଇଛି । ପୂର୍ବରୁ ଆପ୍‌ କର୍ମକର୍ତ୍ତାମାନେ ଜିଲାପୀ ଏବଂ ଗୌତମଙ୍କ ଫଟୋକୁ ନେଇ ପ୍ରଦର୍ଶନ କରିଥିଲେ । ଶନିବାର ଆପ୍‌ କାର୍ଯ୍ୟାଳୟ ଆଗରେ ଭାଜପାର ପ୍ରଦର୍ଶନ ସମୟରେ ଆପ୍‌ର ଅନ୍ୟ କର୍ମକର୍ତ୍ତା ହାତରେ ଜିଲାପୀ ଥାଳି ଏବଂ ଗମ୍ଭୀରଙ୍କ ଫଟୋ ନେଇ ପହଞ୍ଚିଥିଲେ । ସେମାନେ କହିଥିଲେ ଯେ, ଦିଲ୍ଲୀ ପ୍ରଦୂଷଣକୁ ନେଇ ସଂସଦୀୟ କମିଟିର ବୈଠକରେ ସାମିଲ ନହୋଇ ଇନେ୍ଦାରରେ ଗୌତମ ଜିଲାପୀ ଖାଉଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*