ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ନକରିବାକୁ ଆକାଉଣ୍ଟାଣ୍ଟସ୍‌ମାନଙ୍କୁ ମୋଦୀଙ୍କ ପରାମର୍ଶ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଉଣ୍ଟାଣ୍ଟ୍‌ସ କନକ୍ଲେଭକୁ ସମ୍ବୋଧିତ କରି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ମୋଦୀ ଚାଣକ୍ୟଙ୍କ ଉକ୍ତିକୁ ଉଲ୍ଲେଖ କରି କହିଥିଲେ ଯେ, ଜ୍ଞାନର ସଠିକ ବ୍ୟବହାର ହେବା ଦରକାର । ସିଏଜସି ଅଧିକାରୀଙ୍କୁ ସେ କହିଥିଲେ ଆପଣମାନଙ୍କଠାରୁ ଆମେ ବଡ ଆଶା ରଖିଛୁ । କାରଣ ଆପଣମାନଙ୍କ ଉପରେ ଦେଶର ଆର୍ଥିକ ସ୍ୱାସ୍ଥ୍ୟ ନିର୍ଭର କରୁଛି । ସିଏଜିଙ୍କୁ ଏବେ ସିଏଜି ୨.୦ ବନିବାକୁ ହେବ ।
ପ୍ରଧାନମନ୍ତ୍ରୀ କହିଥିଲେ ଡିଜିଟାଲ ଭାରତରେ ଏବେ ସବୁକିଛି ପାରଦର୍ଶୀ ହୋଇଛି । ଜାମ୍‌ ଯୋଜନା ଅନ୍ତର୍ଗତ ସବୁ ଡିଜିଟାଲ ଏବଂ ଦୁର୍ନୀତିମୁକ୍ତ ହୋଇପାରିଛି । ଡିଜିଟାଲ ପ୍ରକି୍ରୟା କାରଣରୁ ପାଖାପାଖି ୧.୫ଲକ୍ଷ କୋଟି ଟଙ୍କା ପ୍ରତିବର୍ଷ ସଂଚିତ ହୋଇପାରୁଛି । ବର୍ତ୍ତମାନ ଭାରତ ୫ଲକ୍ଷ କୋଟି ଡଲାରର ଅର୍ଥନୀତି ଆଡକୁ ଦ୍ରୁତ ଗତିରେ ଅଗ୍ରସର ହେଉଛି । ଆପଣମାନେ ଯାହା ସବୁ କହୁଛନ୍ତି ତାହାର ପ୍ରଭାବ ଆମର ଅର୍ଥ ବ୍ୟବସ୍ଥା ଉପରେ ଦେଖାଯାଉଛି । ତେଣୁ ଦାୟିତ୍ୱକୁ ସଠିକ ଭାବେ ନିର୍ବାହ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ଏଥିପାଇଁ ଟେକ୍ନୋଲୋଜିର ଅଧିକରୁ ଅଧିକ ଉପଯୋଗ ମଧ୍ୟ ଆବଶ୍ୟକ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*