ତେଜସ୍ୱିଙ୍କୁ ନେତା ମାନିବାକୁ କହ୍ନେୟା ପ୍ରସ୍ତୁତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ପାଟନା
ଜେଏନ୍‌ୟୁ ଛାତ୍ର ସଂଘର ପୂର୍ବ ଅଧ୍ୟକ୍ଷ ତଥା ସପିଆଇ ନେତା କହ୍ନେୟା କୁମାର ବିହାରଠୁ ବଞ୍ଚାଇବା ପାଇଁ ଗଠବନ୍ଧନ ଉପରେ ଜୋର ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ କୌଣସି ଗଠବନ୍ଧନ ନାହିଁ । ଲୋକସଭା ନିର୍ବାଚନ ସମୟରେ ଲୋକ ଦେଖାଣିଆ ଗଠବନ୍ଧନ ହୋଇଥିଲା । ହେଲେ ବିଧାନସଭା ନିର୍ବାଚନ ପାଖେଇଲେ ପୁଣି ଗଠବନ୍ଧନ ଧାରା ଆଗକୁ ବଢିବ ।
ତେଜସ୍ୱି ଯାଦବଙ୍କୁ ନେତା ଭାବେ ଗ୍ରହଣ କରିବା ପ୍ରସଙ୍ଗରେ ସେ କହିଛନ୍ତି ଯେ, ଆମ ପାଇଁ କୌଣସି ବ୍ୟକ୍ତିଙ୍କୁ ନେତା ମାନିବାକୁ ନେଇ କୌଣସି ସମସ୍ୟା ନାହିଁ । ତେଜସ୍ୱିଙ୍କ ପ୍ରତି ମୋର କୌଣସି ଭିନ୍ନ ଭାବନା ନାହିଁ । ତେବେ ଲୋକସଭା ନିର୍ବାଚନରେ ରାଜଦ ସିପିଆଇର ପ୍ରାର୍ଥୀଙ୍କୁ ସମର୍ଥନ ନ ଦେବା ପ୍ରସଙ୍ଗରେ ସେ କହିଛନ୍ତି ଯେ,ରାଜନୀତିରେ ଏ ପ୍ରକାର ଘଟଣା ଘଟିଥାଏ । ବର୍ତ୍ତମାନ ବିହାରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାକୁ ଦୃଷ୍ଟିରେ ରଖି ଆମେ ଗଠବନ୍ଧନକୁ ମଜବୁତ କରିବା ପାଇଁ ଚେଷ୍ଟା କରିବୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*