ଢଳେଇ ରାସ୍ତା ଉପରେ ଢଳେଇ ୩ଲକ୍ଷ ଟଙ୍କାର ବିଧାୟକ ପାଣ୍ଠି ହଡ଼ପ ଯୋଜନା!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ
ମାର୍ଶାଘାଇ

ମହାକାଳପଡା ନିର୍ବାଚନ ମନ୍ଦଳୀ ଅନ୍ତର୍ଗତ ମାର୍ଶାଘାଇ ବ୍ଲକରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ପଦାକୁ ଆସୁଛି ଯାହା ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ।
ଏହି ବ୍ଲକ ଅନ୍ତର୍ଗତ ହିନ୍ଦୁଳିଆ ପଞ୍ଚାୟତରେ ହିନ୍ଦୁଳିଆ ଗ୍ରାମରେ ଢଳେଇ ରାସ୍ତାର ଉନ୍ନତିକରଣ କରିବା ଦେଖାଇ ପ୍ରାୟ ୩ଶହ ଫୁଟରାସ୍ତା ଧର୍ମକୁ ଆଖିଠାର ମାରିବା ଭଳି କାମ କରି ୩ ଲକ୍ଷ ଟଙ୍କା ବିଧାୟକ ପାଣ୍ଠିକୁ ହଡ଼ପ କରିବାକୁ ମସୁଧା ଚାଲିଛି । ୨୦୧୭-୧୮ର ଏହି କାର୍ଯ୍ୟ ବୋଲି ଅଭିଯୋଗ କରିଛନ୍ତି କିଛି ଗ୍ରାମବାସୀ । ସୂଚନାଯୋଗ୍ୟ ଏହି ପଞ୍ଚାୟତରେ ଅନେକ ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ଅବସ୍ତାରେ ଥିବାବେଳେ ସେବା ବଦଳରେ ପଦକ୍ଷେପ ନ ନେଇ କିଭଳି ଭାବରେ ଏବଂ କେଉଁ ପରସ୍ଥିତିରେ ଠିକ ଥିବା ଢଳେଇ ରାସ୍ତା ଉପରେ ଲୋକ ଦେଖାଣିଆ କାମ କରି ବିଲ ଉଠାଇଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ବାବଦରେ ଦାୟିତ୍ୱରେ ଥିବା ଯନ୍ତ୍ରୀ ଜ୍ୟୋତିର୍ମୟୀ ସାହୁଙ୍କୁ ପଚାରିବାର ୁଜଣାପଡିଲା ଉକ୍ତ ଢଳେଇ ରାସ୍ତାକୁ ଚାପି ତା ଉପରେ ରାସ୍ତା କରିବାର ଯୋଜନା ତାଙ୍କ ତତ୍ତ୍ୱାବଧାନରେ କାମ ଠିକରେ ହୋଇଛି । କିନ୍ତୁ ଉକ୍ତ କାମ ପାଇଁ ଠିକାଦାର କେମିତି ଚୟନ କରାଗଲା ଏବଂ ସେ ନିଜେ କେତେ ଥର ଉକ୍ତ କାମ ଦେଖିବାକୁ ଯାଇଛନ୍ତି ସେ ବାବଦରେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି ।
ଅପରପକ୍ଷେ ମାର୍ଶାଘାଇ ବ୍ଲକରେ ବହୁତ ଦିନ ଧରି ଗାଦି ମାଡ଼ି ବସିଥିବା ମୁଖ୍ୟଯନ୍ତ୍ରୀଙ୍କ ସହଯୋଗରେ ଏହା କେବଳ ସମ୍ବବ । କାରଣ କାମ ଫଳକ ଓ ଯନ୍ତ୍ରୀଙ୍କ ମତାମତକୁ ନେଇ ଏହା ତଦନ୍ତ ପରିସର ଭୁକ୍ତ ହେବା ଉଚିତ ବୋଲି ଦାବି କରିଛନ୍ତି ଗ୍ରାମବାସୀମାନେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*