ଡିପ୍ରେସନ୍‌ରୁ ମୁକୁଳିବା ପରେ କହିଲେ ରଶ୍ମି ଦେଶାଇ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଡ଼ ପରଦାରୁ ଆରମ୍ଭ କରି ଛୋଟ ପରଦାରେ କାମ କରୁଥିବା ଅନେକ ସେଲିବ୍ରେଟି ଡିପ୍ରେସନ୍‌ ଅର୍ଥାତ୍‌ ମାନସିକ ଅବସାଦ ଗସ୍ତର ଶୀକାର ହୋଇଛନ୍ତି । ଆଉ ପରେ ସେମାନେ ସେହି ସମୟର ଘଟଣାକୁ ସେୟାର କରୁଛନ୍ତି । ବିଗ୍‌ବସ୍‌-୧୩ ଫାଇନାଲରେ ପହଞ୍ଚିଥିବା ଅଭିନେତ୍ରୀ ରଶ୍ମି ଦେଶାଇ ନିକଟରେ ନିଜ ଡିପ୍ରେସନ୍‌ ସମ୍ପର୍କରେ ଏବଂ ଏହା ବିରୁଦ୍ଧରେ ସେ କିପରି ଲଢେଇ କରିଥିଲେ ତାହା ବଖାଣିଛନ୍ତି ।
ରଶ୍ମି କହିଛନ୍ତି ଯେ, ବେଳେବେଳେ ଏପରି ଅନୁଭବ ହୁଏ ଯେ, ଆପଣ ନିଜର ଆତ୍ମବିଶ୍ୱାସ ହରାଇସାରିଛନ୍ତି । ନିଜେ ଉଦାସ ଅନୁଭବ କରିବା ସହ ବଦଳାଇଥାନ୍ତି ନିଜ ପସନ୍ଦକୁ । ଅନେକ ଲୋକ ଏଭଳି ପରିସ୍ଥିତି ଦେଇ ଗତି କରୁଥିଲା ବେଳେ ଏ ସମ୍ପର୍କରେ ଖୋଲାଖୋଲି କହିବାକୁ ପସନ୍ଦ କରନ୍ତି ନାହିଁ । ମୁଁ ମଧ୍ୟ ଗୋଟିଏ ସମୟରେ ନିଜକୁ ନିଜେ ବାନ୍ଧି ଦେଇଥିଲି । ହେଲେ ବଡ଼କଥା ହେଉଛି ମୋତେ ସବୁବେଳେ ମୋ କାମ ସହଯୋଗ କରିଛି । ପରିବାର ଲୋକେ ମଧ୍ୟ ମୋତେ ସହାୟତା ଦେଇଛନ୍ତି । ଦୀର୍ଘବର୍ଷ ଧରି ମୁଁ ଏପରିସ୍ଥିତିରେ ଗତି କରୁଥିଲି । କାଉନସିଲିଂ ପରେ ଅନୁଭବ କଲି ଯେ, ମୁଁ ନିଶ୍ଚିତ ଭାବେ କିଛି ବନିପାରିବି । ଏଥିପାଇଁ କିଛି ଅଭ୍ୟାସକୁ ଛାଡିବାକୁ ପଡିବ । ଗୋଟିଏ କଥା ମୁଁ ଏହି ଘଟଣାରୁ ଶିଖିଲି, ତାହା ହେଉଛି ସବୁବେଳେ ସବୁ ସମୟରେ ଆଗକୁ ବଢିବା ଦରକାର । କେବେ ବି ହାର୍‌ ମାନିବା ଦରକାର ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*