ଟ୍ରାଫିକ୍ ନିିୟମ କଡ଼ାକଡି,ଗୋଟିଏ ଦିନର ଆଦାୟ ୭୫ ହଜାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ବାଲେଶ୍ୱର

ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ କେନ୍ଦ୍ରର ସଂଶୋଧିତ ପରିବହନ ଆଇନ କାର୍ଯ୍ୟକାରୀ ପ୍ରଥମ ତିନିମାସର ମହଲତ ଅବଧି ଗତକାଲି ଶେଷ ହୋଇ ଆଜିଠାରୁ ପୁଣି ତିନିମାସ ପାଇଁ ଆରମ୍ଭ ହୋଇଛି ଗାଡ଼ିର ରେକର୍ଡ଼ପତ୍ର ଭିତ୍ତିକ ରିହାତି । ଆନ୍ୟାନ୍ୟ ଆନୁସଙ୍ଗିକ କାଗଜପତ୍ର ବ୍ୟତୀତ ଟ୍ରାଫିକ୍ ନିୟମ ପାଳନକୁ କଡ଼ାକଡ଼ି କରାଯାଇଛି । ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ସଚେତନ କରିବା ସାଙ୍ଗକୁ ଜରିମାନା ଆଦାୟ କାର୍ଯ୍ୟ ଏବେ ସମଗ୍ର ଓଡ଼ିଶାରେ ଜୋରଦାର ହୋଇଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱରର ଆଞ୍ଚଳିକ ପରିବହନ ବିଭାଗ ଓ ଟ୍ରାଫିକ୍ ଥାନା ପୁଲିସଙ୍କ ମିଳିତ ସହଯୋଗରେ ଆଜି ପୁଲିସଲାଇନ୍ଠାରେ ଯାଞ୍ଚ ପ୍ରକ୍ରିୟା ଚାଲିଥିବା ଲକ୍ଷ୍ୟ କରାଯାଇଥିଲା । ଟ୍ରାଫିକ ଥାନା ଇନ୍ସ୍ପେକ୍ଟର ପରେଶ ଚନ୍ଦ୍ର ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ଏହି ଯାଞ୍ଚ ଓ ଯାନବାହାନ ଧରପଗଡ଼ କାର୍ଯ୍ୟରେ ଏସଆଇ ପ୍ରଶାନ୍ତ ରଣସିଂହଙ୍କ ନେତୃତ୍ୱ ନେଇଥିଲେ । ରାଜ୍ୟ ପରିବହନ ବିଭାଗର ନିଦେ୍ର୍ଦଶାନୁସାରେ ଏଥିରେ ଯାନବାହାନର ପଲୁ୍ୟସନ, ଇନସୁ୍ୟରାନ୍ସ, ଡ୍ରାଇଭିଂ ଲାଇସେନ୍ସ ପ୍ରଭୃତି କାଗଜପତ୍ର ଯାଞ୍ଚ ହୋଇନଥିଲେ ବି ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ଦ୍ରୁତ ଗତିରେ ଗାଡ଼ି ଚାଳନା, ଟ୍ରାଫିକ୍ ପଏଣ୍ଟରେ ରେଡ୍ ଲାଇଟ୍ ଜଳୁଥିବା ବେଳେ କର୍ମଚାରୀଙ୍କ ନିଦେ୍ର୍ଦଶକୁ ଅବମାନନା ସହ ଅତିକ୍ରମ କରିବା, ମଦପାନ କରି ଗାଡ଼ି ଚାଳନା କରିବା, ଗଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍ ବ୍ୟବହାର କରିବା, ଦୁଇଚକିଆ ଯାନ ଆରୋହୀ ହେଲମେଟ୍ ନ ପିନ୍ଧିବା ଓ ୪ ଚକିଆର ଡ୍ରାଇଭର ତଥା ଆରୋହୀ ସିଟ୍ ବେଲ୍ଟ ନ ବାନ୍ଧିବା, ଦୁଇଚକିଆ ଯାନରେ ୩ ଜଣ ଯିବା, ୪ ଚକିଆ ଯାନରେ ଧାର୍ଯ୍ୟ ନିୟମଠାରୁ ଅଧିକ ଲୋର୍ଡ଼ିଂ ପ୍ରଭୃତିକୁ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା । ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ ହେବା ସାଙ୍ଗକୁ କେତେକଙ୍କ ଡ୍ରାଇଭରଙ୍କ ଲାଇସେନ୍ସ ରଦ୍ଦ, ଗାଡ଼ି ଜବତ୍ କରାଯାଇଥିବା ଦେଖିବାକୁ ମିଳିଥିଲା । ଯାଞ୍ଚ ଓ ଜରିମାନା ଆଦାୟକ ସାଙ୍ଗକୁ ଟ୍ରାଫିକ୍ ନିୟମ ପାଳନ ସମ୍ପର୍କରେ ସଚେତନତା କରାଯାଇଥିଲା । ତେବେ ଆଜି ପ୍ରଥମ ଦିନର କଡ଼ାକଡ଼ି ଯାଞ୍ଚରୁ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୭୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ମଦପିଇ ଗାଡ଼ି ଚଳାଉଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏଥି ସହିତ ନମ୍ବର ପ୍ଲେଟ ନଥିବା ଏକ ବାଇକ୍କୁ ଜବତ୍ କରାଯାଇଥିବା ଟ୍ରାଫିକ୍ ଥାନା ଏସଆଇ ଶ୍ରୀ ରଣସିଂହ ସୂଚନା ଦେଇଛନ୍ତି । ବାଲେଶ୍ୱରରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ପାଳନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ୯୦ ପ୍ରତିଶତରୁ ଅଧିକ ଦୁଇଚକିଆ ଯାନ ଆରୋହୀଙ୍କ ମୁନ୍ଦରେ ହେଲମେଟ୍ ଥିବା ଲକ୍ଷ୍ୟ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*