ଟଙ୍କା ନାହିଁ, ଟଙ୍କା ନାହିଁ କହୁଛି କଂଗ୍ରେସ ଲୋକସଭା ଏବଂ ୫ ବିଧାନସଭା ନିର୍ବାଚନରେ ଖର୍ଚ୍ଚ କରିଛି ୮୨୦ କୋଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

କଂଗ୍ରେସ ଦଳର ବରିଷ୍ଠ କେନ୍ଦ୍ରୀୟ ନେତା ଓ ରାଜ୍ୟସ୍ତରୀୟ ନେତା ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସେମାନଙ୍କ ଯୁକ୍ତି ହେଉଛି ଦଳ ନିକଟରେ ଟଙ୍କା ନାହିଁ ତେଣୁ ଭାଜପାର ଅର୍ଥ ବଳ ଓ ବାହୁବଳ ଆଗରେ ଆମେ ପଛରେ ପଡିଯାଉଛୁ । ଗୋଟିଏ ପଟେ ଟଙ୍କା ନଥିବା କଥା କହୁଥିବା ଏହି ଦଳ ୨୦୧୯ ଲୋକସଭା ନିର୍ବାଚନ ଏବଂ ୫ ରାଜ୍ୟର ବିଧାନସଭା ନିର୍ବାଚନରେ କିନ୍ତୁ ଖର୍ଚ୍ଚ କରିଛି ୮୨୦ ଟଙ୍କା । କଂଗ୍ରେସ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ରିପୋର୍ଟରେ ଦିଆଯାଇଛି ଏହି ସୂଚନା ।
ସୂଚନା ଅନୁସାରେ କଂଗ୍ରେସ ଆୟୋଗଙ୍କୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛି ଯେ, ୨୦୧୪ ବର୍ଷ ତୁଳନାରେ ୨୦୧୯ରେ କଂଗ୍ରେସ ଅଧିକ ୩୦୦ କୋଟି ଖର୍ଚ୍ଚ କରିଛି । ଲୋକସଭା ନିର୍ବାଚନ ସମୟରେ ଦଳକୁ ନଗଦ ଏବଂ ଚେକ୍‌ ମାଧ୍ୟମରେ ମିଳିଛି ୮୫୬ କୋଟିର ଚାନ୍ଦା । ୨୦୧୮-୧୯ ବର୍ଷରେ କଂଗ୍ରେସ କେବଳ ୧୨୬କୋଟି ଟଙ୍କା ପାଣ୍ଠି ସଂଗ୍ରହ କରିପାରିଥିଲା । ରିପୋର୍ଟ ଅନୁସାରେ କଂଗ୍ରେସ ପ୍ରଚାର ପ୍ରସାର ପାଇଁ ୬୨୬ କୋଟି ଏବଂ ପ୍ରାର୍ଥୀମାନଙ୍କ ପାଇଁ ୧୯୪ କୋଟି ଖର୍ଚ୍ଚ କରିଛି । ମୋଟ୍‌ ୮୬ କୋଟି ଟଙ୍କା ନିର୍ବାଚନ ସମୟରେ ପ୍ରାର୍ଥୀ ଏବଂ ଷ୍ଟାର ପ୍ରଚାରକମାନଙ୍କ ବିମାନଯାତ୍ରା ବାବଦରେ ଖର୍ଚ୍ଚ ହୋଇଛି । କେବଳ ରାହୁଲ ଗାନ୍ଧୀଙ୍କ ବିମାନ ଯାତ୍ରା ପାଇଁ ଖର୍ଚ୍ଚ ହୋଇଛି ୪୦ କୋଟି ଟଙ୍କା । ଅନ୍ୟପଟେ ଭାଜପା ବର୍ତ୍ତମାନ ସୁଦ୍ଧା ଲୋକସଭା ନିର୍ବାଚନ ଖର୍ଚ୍ଚର ରିପୋର୍ଟ ଆୟୋଗଙ୍କୁ ପଠାଇ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*