ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ରଘୁବରଙ୍କ ନେତୃତ୍ୱ ଉପରେ ଅମିତ୍‌ଙ୍କ ମୋହର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଜାମତାଡା

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଝାରଖନ୍ଦ ବିଧାନସଭା ନିର୍ବାଚନ ପାଇଁ ଫୁଙ୍କିଛନ୍ତି ବିଗୁଲ୍‌ । ବୁଧବାର ଜେଏମ୍‌ଏମର ରାଜନୈତିକ ଗଡ଼ କୁହାଯାଉଥିବା ଜାମତାଡାରେ ଦଳ ପକ୍ଷରୁ ଆୟୋଜିତ ଜନଆଶୀର୍ବାଦ ଯାତ୍ରା ଶୁଭାରମ୍ଭ କରି ସେ ବିଧାନସଭା ନିର୍ବାଚନ ପାଇଁ ମାଗିଛନ୍ତି ଲୋକଙ୍କ ଆଶୀର୍ବାଦ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ୱ ଉପରେ ମଧ୍ୟ ମୋହର ମାରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ପୁଣି ଥରେ ଭାଜପା ପୂର୍ଣ୍ଣ ବହୁମତ ସରକାର ବନାଇବ ।
ଅମିତ୍‌ ଶାହା କହିଥିଲେ ଯେ, ୨୦୧୪ ପୂର୍ଣ୍ଣ ବହୁମତ ଦେଇଥିବା କାରଣରୁ ରାଜ୍ୟରେ ବିକାଶ ସମ୍ଭବ ହୋଇଛି । ଝାରଖନ୍ଦ ଏବେ ନକ୍ସଲମୁକ୍ତ ହେବାରେ ଲାଗିଛି । ଏଠାରେ ଅପାର ସମ୍ଭାବନା ରହିଛି । ଆମେ ପୁଣି ଥରେ ରଘୁବରଙ୍କୁ ଅବସର ଦେଉଛୁ ।
ଏଠାର ୧୮ଟି ଆସନ ଆପଣମାନେ ଭାଜପାକୁ ଦିଅନ୍ତୁ । ସେ ଆହୁରି କହିଛନ୍ତି ଯେ, ଭାଜପା ବହୁମତ ହାସଲ କଲେ ରଘୁବର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ । ଗତ ୫ବର୍ଷ ଧରି ଅନେକ କାମ କରିଛି, ଆସନ୍ତା ୫ବର୍ଷ ପାଇଁ ମଧ୍ୟ ଆହୁରି ଅନେକ କାମ ବାକି ରହିଛି । ତେଣୁ ଆପଣମାନେ ରଘୁବରଙ୍କୁ ଆଶୀର୍ବାଦ ଦିଅନ୍ତୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*