ଝାରପଡ଼ା ଦୁର୍ଗାପୂଜାରେ ତୋରଣ ‘ଡିଜ୍ନୀ ଲ୍ୟାଣ୍ଡ୍‌ ପାର୍କ’ ଶୋଭାପାଇବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଆଉ ମାତ୍ର ୩ ଦିନର ଅପେକ୍ଷା । ଧରାପୃଷ୍ଠରେ ଅବତରଣ କରିବେ ଜଗତଜନନୀ ମା’ ଦୁର୍ଗା । ସେନେଇ ରାଜଧାନୀର ସମସ୍ତ ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ସୁନ୍ଦର ସାଜ୍ଜାସଜ୍ଜା ସାଙ୍ଗକୁ ଆକର୍ଷଣୀୟ ମୃଣ୍ମୟୀ ମୂର୍ତି ଶୋଭାପାଇବ ପୂଜାମନ୍ଦପ ମାନଙ୍କରେ ।
ଚଳିତ ବର୍ଷ ଝାରପଡ଼ା ଦୁର୍ଗାପୂଜା ସମିତି ୯ବର୍ଷରେ ପଦାର୍ପଣ କରିଛି । ଏଥର ସବୁ ବର୍ଷ ଭଳି କିଛି ନୂଆ କରିବାର ଚେଷ୍ଟା ଜାରି ରଖିଛି ପୂଜା ସମିତି । ଗତ ଆଠବର୍ଷ ଧରି ଝାରପଡ଼ା ଦୁର୍ଗାପୂଜା ମନ୍ଦପରେ ସାଜସଜ୍ଜା ରାଜଧାନୀବାସୀଙ୍କୁ ଆକର୍ଷିତ କରିବା ସହ ଓଡ଼ିଶାର ବିଭିନ୍ନ ସ୍ଥାନରେ ରହୁଥିବା ଲୋକଙ୍କ ନିକଟରେ ବହୁ ଆଦୃତ ଓ ପ୍ରଶଂସିତ ହୋଇଆସୁଅଛି । ତେଣୁ ଚଳିତବର୍ଷ ମଧ୍ୟ ଜନସମାଗମ ଅଧିକ ହେବ ବୋଲି ଝାରପଡ଼ା ପୂଜା ସମିତି ପକ୍ଷରୁ କୁହାଯାଇଛି । ପଶ୍ଚିମବଙ୍ଗର ପ୍ରଖ୍ୟାତ କାରିଗର ପ୍ରତାପ ଚନ୍ଦ୍ର ଗିରିଙ୍କ ସହ ୫୦ ଜଣ ସହଯୋଗୀ କାରିଗର ଦେଢ ମାସ ଧରି ତୋରଣ କାର୍ଯ୍ୟରେ ଲାଗିଛନ୍ତି । ଏହି ବର୍ଷ ଝାରପଡ଼ା ଦୁର୍ଗାପୂଜା ସମିତି ପକ୍ଷରୁ ପ୍ୟାରିସ୍ ସହରର ‘ଡ଼ିଜ୍ିନି ଲ୍ୟାନ୍ଦ ପାର୍କ’ର ତୋରଣ ନିର୍ମାଣ କରାଯାଇଛି । ଏହି ତୋରଣ ନିର୍ମାଣରେ ବାଉଁଶ, କାଠ ବିଟ୍, ପ୍ଲାଏ, ଫାଇବର, ୟୁନି ଫୋମ ଓ ରଙ୍ଗୀନ କାଚ ଇତ୍ୟାଦି ବ୍ୟବହାର କରାଯାଇ ତୋରଣ ନିର୍ମାଣ କରାଯାଇଛି । ଓଡ଼ିଶାର ପ୍ରତିଷ୍ଠିତ କାରିଗର ସନ୍ତୋଷ ବେହେରାଙ୍କ ଦ୍ୱାରା ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ୧୨ ଫୁଟ ଉଚ୍ଚତା ସହିତ ସୁନ୍ଦର ଆଲୋକସଜ୍ଜା ମଧ୍ୟ କରାଯାଇଛି । ୩ଟି ମୁଖ୍ୟ ଗେଟ୍ ସମେତ ଅନ୍ୟ ୫ଟି ଗେଟ୍ ମାଧ୍ୟମରେ ବିଭିନ୍ନ ପୌରାଣିକ, ଆଧୁନିକ ଓ ଆଦିବାସୀଙ୍କ କଥାବସ୍ତୁକୁ ଏଲ୍ଇଡ଼ି ଲାଇଟ୍ ମାଧ୍ୟମରେ ରୂପ ଦିଆଯିବ ବୋଲି ପୂଜା ସମିିତି ପକ୍ଷରୁ କୁହାଯାଇଛି ।
ଏତଦ୍ବୀତୀତ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ସୁବ୍ୟବସ୍ଥିତ କରିବାକୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ କମିଶନରେଟ ପୁଲିସ ସହାୟତାରେ ପୂଜା କମିଟିର ୩୦୦ ଜଣ ସ୍ୱେଛାସେବୀ ନିୟୋଜିତ ହେବା ସହିତ ୨୦ଟି ସିସିଟିଭ କ୍ୟାମେରା ଓ ମନ୍ଦପର ସମସ୍ତ ଦୃଶ୍ୟକ୍ୁ ୩ଟି ଭିଡ଼ିଓ କ୍ୟାମେରା ମାଧ୍ୟମରେ ପ୍ଲାଜମା ଓ ୨ଟି ଏଲ୍ଇଡ଼ି ପ୍ୟାନେଲ ଦ୍ୱାରା ପ୍ରସାରିତ କରାଯିବ । ଏକତା ଓ ଭାଇଚରାକୁ ବଜାୟ ରଖିବା ସହିତ ସୁରୁଖୁରରେ ପୂଜା ସମ୍ପନ୍ନ କରିବା ପାଇଁ ଝାରପଡ଼ା ପୂଜା ସମିତି ପକ୍ଷରୁ ବିଶେଷଦୃଷ୍ଟି ଦିଆଯାଇଛି । ଷଷ୍ଠୀ ଠାରୁ ଦଶମୀ ତିଥି ମଧ୍ୟରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ଭୁବନେଶ୍ୱର, ଛତ୍ରପୁର ଓ କଟକର ନାମୀଦାମୀ କଳାକାରମାନେ ଅଂଶଗ୍ରହଣ କରିବେ । ପ୍ରତିବର୍ଷ ଭଳି ଚଳିତବର୍ଷ ମା’ଦୁର୍ଗାଙ୍କ ବଂଗୀୟ ରୀତିନୀତିରେ ପୂଜା କରାଯିବ । ଏଥିସହିତ ସପ୍ତମୀ, ଦଶମୀ ତିଥିରେ ଭକ୍ତମାନଙ୍କ ପାଇଁ ଖେଚୁଡ଼ି ଭୋଗର ବ୍ୟବସ୍ଥା ହୋଇଥିବା ବେଳେ ଅଷ୍ଟମୀ ଦିନ ହାଲୁଆ ଭୋଗ ପୂଜା କରାଯାଇ ପ୍ରସାଦ ବଂଟନ କରାଯିବାର ବ୍ୟବସ୍ଥା କରାଯାଇଛି । ଭକ୍ତମାନଙ୍କ ମନୋରଞ୍ଜନ ନିମନ୍ତେ ମୀନାବଜାରର ଆୟୋଜନ କରାଯାଇଛି । ଏଥିରେ ବହୁ ପ୍ରକାରର ଅସ୍ଥାୟୀ ଦୋକାନ ବଜାରର ବ୍ୟବସ୍ଥା ସହିତ ଦୋଳିର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ପ୍ରତିବର୍ଷ ଭଳି ଦଶମୀ ତିଥିରେ ୪୦ ଫୁଟ ଉଚ୍ଚତାର ରାବଣ ପୋଡ଼ି କରାଯିବା ସହିତ ବିଭିନ୍ନ ପ୍ରକାର ଆତସବାଜି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଚଳିତବର୍ଷ ମା’ଙ୍କ ଭସାଣି ଉତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭିନ୍ନଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର କରି ଶାନ୍ତି ଶୃଙ୍ଖଳା ସହିତ ଭସାଣି କାର୍ର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରାଯିବ ବୋଲି ସଭାପତି ଶିଖିର ଚନ୍ଦ୍ର ଜେନା କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*