ଝଟକା, ଝଟକା… ଦର ବୃଦ୍ଧି ହାର ବଢିଲା, ଫ୍ୟାକ୍ଟି୍ର ଉତ୍ପାଦନ କମିଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଗତ କିଛି ସପ୍ତାହ ଧରି ଯେଉଁ ଆର୍ଥିକ ତଥ୍ୟ ପଦାକୁ ଆସିଥିଲା, ତାହା ସୂଚାଉଥିଲା ଯେ, ଦେଶର ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥାରୁ ମୁକୁଳି ସଠିକ୍‌ ଟ୍ରାକରେ ଆଗକୁ ଅଗ୍ରସର ହେଉଛି । ମାତ୍ର ବୁଧବାର ଯେଉଁ ରିପୋର୍ଟ ଆସିଛି, ତାହା ଅର୍ଥନୀତିକୁ ନେଇ ଦେଇଛି ବଡ଼ ଝଟକା । ଦରବୃଦ୍ଧି ହାର ଏବଂ ଔଦ୍ୟୋଗିକ ଉତ୍ପାଦନକୁ ନେଇ ଆସିଥିବା ଏହି ରିପୋର୍ଟ ବଢାଇଛି ସରକାରଙ୍କ ଚିନ୍ତା ।
ଖାଦ୍ୟ ପାନୀୟ ସାମଗ୍ରୀ ମହଙ୍ଗା ହେବା କାରଣରୁ ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇ ୭.୫୯ପ୍ରତିଶତରେ ପହଞ୍ଚôଛି । ଯାହା ଗତ ୬ବର୍ଷରେ ସର୍ବାଧିକ । କ୍ରମାଗତ ଭାବେ ୬ଷ୍ଠ ମାସ ପାଇଁ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଘଟିଛି । ସରକାରୀ ତଥ୍ୟ ଅନୁସାରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଡିସେମ୍ବର ୨୦୧୯ରେ ୭.୩୫ପ୍ରତିଶତ ରହିଥିଲା । ଗତବର୍ଷ ଜାନୁଆରୀ ମାସରେ ଏହି ହାର ୧.୯୭ପ୍ରତିଶତ ରହିଥିଲା । ଜାନୁଆରୀରେ ମହଙ୍ଗା ଦର ଭାରତୀୟ ରିଜର୍ଭ ବ୍ୟାଙ୍କର ୪ପ୍ରତିଶତ ଲକ୍ଷ୍ୟଠାରୁ ଢେର ଉପରେ ରହିଛି ।
ସେହିପରି ଡିସେମ୍ବର ମାସରେ ଔଦ୍ୟୋଗିକ ଉତ୍ପାଦନ ହାରରେ ହ୍ରାସ ଦେଖିବାକୁ ମିଳିଛି । ଔଦ୍ୟୋଗିକ ଉତ୍ପାଦନ ବୃଦ୍ଧି ଦର ଡିସେମ୍ବରରେ ୦.୩ପ୍ରତିଶତ ହ୍ରାସ ପାଇ ୨.୫ପ୍ରତିଶତ ରହିଛି । ନିର୍ମାଣ କ୍ଷେତ୍ରରେ ଉତ୍ପାଦନ ହ୍ରାସ ଏହାର ସବୁଠୁ ବଡ଼ କାରଣ । ଏହି କ୍ଷେତ୍ରର ଉତ୍ପାଦନରେ ୧.୨ପ୍ରତିଶତର ହ୍ରାସ ଦେଖିବାକୁ ମିଳିଛି । ଗତବର୍ଷ ଏହି ସମୟରେ ନିର୍ମାଣ କ୍ଷେତ୍ରରେ ୨.୯ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବଜେଟ ଆଲୋଚନା ସମୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଦୃଢୋକ୍ତି ପ୍ରକାଶ କରି କହିଥିଲେ ଯେ, ଅର୍ଥବ୍ୟବସ୍ଥା ଏବେ ସୁଧାର ପଥରେ ।
ଏଲପିଜି ଦରବୃଦ୍ଧି
ବୁଧବାର ମହଙ୍ଗା ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢାଇଥିଲାବେଳେ ଆଉ ଏକ ଝଟକା ମିଳିଛି ଏଲପିଜିରୁ । ଇନ୍ଦିଆନ ଅଏଲ୍‌ ପକ୍ଷରୁ ବିନା ସବସିଡ୍‌ ଯୁକ୍ତ ଏଲପିଜି ଦର ବୃଦ୍ଧିର ଘୋଷଣା କରାଯାଇଛି । ପ୍ରତି ସିଲିନ୍ଦର ପିଛା ବୃଦ୍ଧି ପାଇଛି ୧୪୪ଟଙ୍କା । ୫କେଜିର ସିଲିନ୍ଦର ମୂଲ୍ୟରେ ମଧ୍ୟ ୫୨ଟଙ୍କାର ବୃଦ୍ଧି ଘୋଷଣା କରାଯାଇଛି । ଜାନୁଆରୀ ୨୦୧୪ପରଠାରୁ ଏକାଥରକେ ଏହା ସର୍ବାଧିକ ବୃଦ୍ଧି ଅଟେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*