ଜ୍ଞାନ ଆହରଣ ସହିତ ଏହାର ପ୍ରୟୋଗ ଦିଗରେ ମନୋନିବେଶ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ବର୍ତ୍ତମାନ ସମାଜରେ ଜ୍ଞାନ ଆହରଣ ସହିତ ଜ୍ଞାନ କୌଶଳର ପ୍ରୟୋଗ ନିତାନ୍ତ ଜରୁରୀ । ପ୍ରଯୁକ୍ତି ବିଦ୍ୟା ବର୍ତ୍ତମାନ ପ୍ରମୁଖ ଭୂମିକା ନେଇଥିବାବେଳେ ଉଦ୍ଭାବନ ଏବଂ ଏହାର ପ୍ରୟୋଗ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଏକ ଜରୁରୀ ଆବଶ୍ୟକତା ହୋଇପଡ଼ିଛି ବୋଲି କେନ୍ଦ୍ର ସରକାରଙ୍କର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ନିଦେ୍ର୍ଦଶକ ତଥା ବରିଷ୍ଠ ବୈଜ୍ଞାନିକ ଡଃ ସୁଜିତ ବାନାର୍ଜୀ ମତ ରଖିଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍‌ ଟେକ୍ନିକାଲ୍ ଏଜୁକେସନ୍ ଆନ୍ଦ ରିସର୍ଚ୍ଚ ଅଧିନସ୍ଥ ଇଲେକ୍ଟି୍ରକାଲ୍ ଆନ୍ଦ ଇଲେକ୍ଟ୍ରୋନିକ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ଆୟୋଜିତ “ଆଡ୍ଭାନ୍ସେସ୍ ଅଫ୍‌ ଇଲେକ୍ଟି୍ରକାଲ୍ କଂଟ୍ରୋଲ୍ ଆନ୍ଦ ସିଗ୍ନାଲ୍ ସିଷ୍ଟମ୍ସ-୨୦୧୯” ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡଃ ବାନାର୍ଜୀ ଗବେଷଣାରତ ଛାତ୍ରଛାତ୍ରୀଙ୍କ ଉଦେ୍ଦଶ୍ୟରେ କହିଛନ୍ତି କେବଳ ଡିଗ୍ରୀ ପାଇବା ପାଇଁ ଜ୍ଞାନ ଆହରଣ ନ କରି ଏହି ଜ୍ଞାନକୁ କିଭଳି ଭାବେ ପ୍ରୟୋଗ କରାଯିବ ଓ ବ୍ୟବହାର ଯୋଗ୍ୟ ହୋଇପାରିବ ସେ ଦିଗରେ ମନୋନିବେଶ କର ।
ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମାଲେସିଆ ସ୍ଥିତ ୟୁନିଭର୍ସିଟି ଟେକ୍ନୋଲୋଜି ମାରାର ଆସୋସିଏଟ୍ ପ୍ରଫେସର ନଇମ୍ ହାନୁନ୍ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ସୋଆ ରିସର୍ଚ୍ଚ ଆନ୍ଦ ଡେଭଲପ୍ମେଂଟ ଡିନ୍ ପ୍ରଫେସର ପି.କେ. ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*