ଜୋରଦାର ଭାବରେ ପ୍ରତ୍ୟାବର୍ତ୍ତନ କରିବି : ସୁଶୀଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଦୁଇ ଦୁଇଥର ଅଲିମ୍ପିକ୍‌ରେ ମେଡାଲ ଜିତିଥିବା ଭାରତୀୟ ରେସଲିଂ ଦୁନିଆର ମହାନତମ ଖେଳାଳି ସୁଶୀଲ କୁମାର ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିବା କଥା ଦୃଢତାର ସହ କହିଛନ୍ତି । ନିକଟରେ ନୁରସୁଲତାନ ଅନୁଷ୍ଠିତ ବିଶ୍ୱ ଚମ୍ପିଆନସିପ୍‌ରେ ସୁଶୀଲ ପ୍ରଥମ ରାଉନ୍ଦରୁ ବିଦା ହୋଇଯାଇଥିଲେ । ଏତେବଡ଼ ଖେଳାଳି ଏଭଳି ଅଳ୍ପକିଛି ସେକେନ୍ଦ ଭିତରେ ଆଉଟ୍‌ ହେବା କଥାକୁ ନେଇ ତାଙ୍କ ସମାଲୋଚକମାନେ ସେ ଅବସର ନେଇଯିବା ଉଚିତ୍‌ ବୋଲି ମତ ଦେଉଛନ୍ତି । ହେଲେ ସୁଶୀଲ ଦୃଢତାର ସହ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବତାଇଛନ୍ତି । ଏଥିସହ ସେ ସ୍ୱୀକାର କରିଛନ୍ତି ବିଶ୍ୱ ଚମ୍ପିଆନସିପ୍‌ ଭଳି ବଡ଼ ପ୍ରତିଯୋଗିତାକୁ ଯିବା ଆଗରୁ ଆଦୌ ଅଭ୍ୟାସ ଟୁର୍ଣ୍ଣାମେଣ୍ଟ ନଖେଳିବା ଭୁଲ୍‌ ହୋଇଗଲା । ୨୦୧୨ ଲନ୍ଦନ ଅଲିମ୍ପିକ୍ସ ଏବଂ ୨୦୧୯ ବିଶ୍ୱ ପ୍ରତିଯୋଗିତା ଭିତରେ ସୁଶୀଲ କେବଳ ୭ଟି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ୨୦୧୪ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ସ୍ୱର୍ଣ୍ଣପଦକ ପାଇଥିଲା ବେଳେ ଗତ ଜାକର୍ତ୍ତା ଏସିଆନ ଗେମ୍ସରେ ମଧ୍ୟ ପ୍ରଥମ ରାଉନ୍ଦରୁ ବିଦା ହୋଇଯାଇଥିଲେ । ସେତେବେଳେ ବି ତାଙ୍କ ଭବିଷ୍ୟତକୁ ନେଇ ଉଠିଥିଲା ପ୍ରଶ୍ନ । ହେଲେ ସୁଶୀଲ କହିଛନ୍ତି ମୁଁ ବଡ଼ ମଞ୍ଚରେ ପଦକ ଜିତିବାର ଏବେ ବି ଦମ୍ଭ ରଖେ । ବିଶ୍ୱ ପ୍ରତିଯୋଗିତାରେ ମୁଁ ପ୍ରଥମ ରାଉନ୍ଦରୁ ଆଉଟ୍‌ ହୋଇଛି । ହେଲେ ମୋର ପ୍ରଦର୍ଶନକୁ ନେଇ ମୁଁ ସନ୍ତୁଷ୍ଟ ଅଛି । କାରଣ ଜାକର୍ତ୍ତା ତୁଳନାରେ ମ୍ୟାଟ୍‌ରେ ମୁଁ ଅଧିକ ସହଜ ମନେକଲି । ଏବେ ରୁଷିଅ କୋଚ୍‌ କମଲ ମାଲିକୋଭଙ୍କ ଅଧିନରେ ସୁଶୀଲ ଟୋକିଓ ଅଲିମ୍ପିକ୍‌ ସକାଶେ ଯୋଗ୍ୟତା ହାସଲ କରିବାର ଅଭିପ୍ରାୟ ନେଇ ତାଲିମ ନେଉଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*