ଜେଲରେ ଭିଡ଼ କମାଇବା ଲାଗି ପ୍ୟାନେଲ ଗଠନ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ପ୍ରତି ଘଣ୍ଟାକରେ କାୟା ବଢ଼ାଇ ସ୍ଥିତିକୁ ଗମ୍ଭୀରରୁ ଅତି ଗମ୍ଭୀର କରି ଚାଲିଥିବା କରୋନା ଭୂତାଣୁ ବିରୋଧରେ ଲଢ଼େଇ ସକାଶେ ସବୁଠି ଆରମ୍ଭ ହୋଇଛି ସଂଘର୍ଷ । ଏହି ସଂକ୍ରମଣକୁ ଦେଖି ଦେଶର ବିଭିନ୍ନ ଜେଲରେ ଭିଡ଼ କମାଇବା ଉପରେ ଜୋର ଦେଇଛନ୍ତି ସୁପ୍ରିମକୋର୍ଟ । ସୋମବାର ଦିନ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସବୁ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନିଦେ୍ର୍ଦଶ ଦେଇଛନ୍ତି ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଏଥିପାଇଁ ଗଠିତ କରିବାକୁ । ବିଭିନ୍ନ ଜେଲରେ ଭିଡ଼ କମାଇବା ସକାଶେ କେଉଁ କଏଦୀମାନଙ୍କୁ ୪ରୁ ୬ ସପ୍ତାହ ପାରୋଲରେ ପଠାଯାଇପାରିବ ସେହି ନିଷ୍ପତ୍ତି କମିଟିଗୁଡ଼ିକ ନେବେ । କରୋନା ମୁକାବିଲାରେ ସାମାଜିକ ଦୁରତ୍ୱ ଏକମାତ୍ର ପ୍ରତିଷେଧକ ବୋଲି କୁହାଯାଉଥିବାରୁ ଜେଲରେ ମଧ୍ୟ ସେପରି ଅବସ୍ଥା ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବଡେ୍‌ କହିଛନ୍ତି ଯେ, ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ରାଜ୍ୟ ଲିଗାଲ ସର୍ଭିସ୍‌ ଅଥରିଟି ସହ ମିଳିତ ହୋଇ ଜମା କରିବ । ତେଣୁ ଆମେ ଏକ ହାଇଲେବଲ କମିିଟି ଗଠନ ବିଷୟ କହିଛୁ । ଯେଉଁଥିରେ ସେହି ରାଜ୍ୟର ଗୃହ ସଚିବ ଏବଂ ସେହି ରାଜ୍ୟ ଆଇନସେବା ସହାୟକ ସଂସ୍ଥାର ଅଧ୍ୟକ୍ଷ ରହିବେ ସଦସ୍ୟ ଭାବରେ । ସେମାନେ ୪ରୁ ୬ ସପ୍ତାହ ପାରୋଲରେ ଯିବା ପାଇଁ କେଉଁ କଏଦୀ ଉପଯୁକ୍ତ ତାହା ବାଛିବେ । କୋଭିଡ୍‌-୧୯ ବ୍ୟାପିବାକୁ ରୋକିବା ପାଇଁ ଭିଡ଼ ଅବସ୍ଥାରେ ଥିବା ଜେଲ ଗୁଡ଼ିକରେ ଏହାକୁ ଲାଗୁ କରିବା ସକାଶେ ଏହି କମିଟି ଗଠନ କରିବାକୁ କୁହାଯାଇଛି । ପ୍ରଧାନ ବିଚାରପତିଙ୍କ ସହ ୩ ଜଣିଆ ଖନ୍ଦପୀଠରେ ଜଷ୍ଟିସ୍‌ ଏଲ୍‌ ନାଗେଶ୍ୱର ରାଓ ଏବଂ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ମଧ୍ୟ ସଦସ୍ୟ ଅଛନ୍ତି । ଏହି ଶୁଣାଣି ବେଳେ ସୋମବାର ସର୍ବୋଚ୍ଚ ଅଦାଲତ ଚିନ୍ତା ପ୍ରକଟ କରି କହିଥିଲେ ଯେ, ଦେଶର ୧୩୩୯ ଜେଲରେ ୪,୬୬,୦୮୪ ଅନ୍ତେବାସୀ ଅଛନ୍ତି । ଭାରତର ଜେଲ ଗୁଡ଼ିକରେ କ୍ଷମତା ଠାରୁ ଅଧିକ କଏଦୀ ଥିବା ଜାତୀୟ କ୍ରାଇମ୍‌ ରେକର୍ଡ ବୁ୍ୟରୋ ବତାଇ ସାରିଛି । ଜାତୀୟ ହାର ୧୧୭.୬ ପ୍ରତିଶତ ଥିଲା ବେଳେ ଉତ୍ତରପ୍ରଦେଶରେ ଏହା ସର୍ବାଧିକ ୧୭୬.୫ ପ୍ରତିଶତ ଏବଂ ସିକିମରେ ୧୫୭.୩ ପ୍ରତିଶତ ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*