ଜୀବନକୁ ଭଲ ଭାବେ ବୁଝିବା ପାଇଁ ନିଜର ଅନ୍ତିମ ସଂସ୍କାର କରୁଛନ୍ତି ଲୋକେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ସିଓଲ

ଜୀବନକୁ ଭଲ ଭାବେ ବୁଝିବା ଏବଂ ମୃତୁ୍ୟର ଅନୁଭବ କରିବା ପାଇଁ ଏବେ ଦକ୍ଷିଣକୋରିଆର ଲୋକେ ଅଭ୍ୟାସ କରୁଛନ୍ତି । ଆଖି ଆଗରେ ସେମାନେ ନିଜର ଅନ୍ତିମ ସଂସ୍କାର କରାଉଛନ୍ତି । ଲିଭିଂ ଫୁ୍ୟନରାଲ ନାମକ ଏହି ପ୍ରୋଗ୍ରାମକୁ ଏକ ହିଲିଂ ସେଣ୍ଟର ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ୧୦ ମିନିଟ୍‌ ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କୁ ଏକ କବର ଭିତରେ ଭର୍ତ୍ତି କରି ତାଙ୍କର ଅନ୍ତିମ ସଂସ୍କାର ପ୍ରକ୍ରିୟା କରାଯାଇଥାଏ ।
ଏହି ପ୍ରକ୍ରିୟାରେ ସାମିଲ ହୋଇଥିବା ଲୋକଙ୍କର କହିବା ଅନୁସାରେ ଏହା ଏକ ମୃତୁ୍ୟର କୂଅ ଭଳି । ଏଥିରୁ ବାହାରିବା ପରେ ଜୀବନ ଏବଂ ମୃତୁ୍ୟ ସହ ଆମର ପରିଚୟ ହୋଇଥାଏ । ଜୀବନକୁ ନେଇ ରହିଥିବା ଧାରଣା ମଧ୍ୟ ବଦଳିଥାଏ । ଏହି ଅନ୍ତିମ ସଂସ୍କାର କରିବାକୁ ଆସୁଥିବା ଲୋକେ ନିଜ ସହ ନିଜ ପରିବାର ଓ ବନ୍ଧୁ ପରିଜନଙ୍କୁ ସାମିଲ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ଖାଲି ଯେ ଉକ୍ତ ବ୍ୟକ୍ତିର ମୃତୁ୍ୟ ସହ ପରିଚୟ ହୋଇଥାଏ ତାହା ନୁହେଁ ବରଂ ତାଙ୍କ ସହ ଆସିଥିବା ଲୋକେ ମଧ୍ୟ ଅନୁଭବ କରିପାରିଥାନ୍ତି ଯେ, ସେମାନଙ୍କ ଜୀବନରେ ଉକ୍ତ ବ୍ୟକ୍ତିର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*