ଜିଲା ସ୍କୁଲରେ ଶିକ୍ଷକ ରାଜନୀତି, ବଦଳିଲେ ବିଶୃଙ୍ଖଳାକାରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭଦ୍ରକ

ଭଦ୍ରକ ଜିଲାସ୍କୁଲ ଭଳି ଐତିହ୍ୟ ସଂପନ୍ନ ଏକ ଶିକ୍ଷାନୁଷ୍ଠାନରେ କେତେକ ବିଶୃଙ୍ଖଳାକାରୀ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ବିଧାୟକଙ୍କ ନିଦେ୍ର୍ଦଶ କ୍ରମେ ଜିଲା ଶିକ୍ଷାଧିକାରୀ ୩ ଜଣ ଶିକ୍ଷକଙ୍କୁ ବଦଳି କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଏନ୍ସିସି, ପିଇଟି ଓ ଇଂରାଜୀ ବିଭାଗର ଏହି ୩ ଜଣ ଶିକ୍ଷକ ପ୍ରଧାନ ଶିକ୍ଷକଙ୍କୁ ଆୟୁଧ କରି ଜଣେ ଶିକ୍ଷୟିତ୍ରୀଙ୍କୁ କ୍ରମାଗତ ଭାବେ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ ।
ଶିକ୍ଷୟିତ୍ରୀ ଜଣକ ନିଜର ଶିକ୍ଷାଦାନ କର୍ତ୍ତବ୍ୟ ତୁଲାଇବା ସହ ବିଦ୍ୟାଳୟରେ ପିଲାମାନଙ୍କ ସାଂସ୍କୃତିକ କାର୍ଯ୍ୟ ଏବଂ ସରକାରଙ୍କ ନିର୍ବାଚନୀ ଭୋଟର ସୁପରଭାଇଜିଂର ଅତିରିକ୍ତ ଦାୟିତ୍ୱ ନିଷ୍ଠାର ସହ ତୁଲାଇ ଆସୁଥିବାବେଳେ ଦୀର୍ଘବର୍ଷ ହେବ ଏହି ବିଦ୍ୟାଳୟରେ ରହିଆସୁଥିବା ୩ ଜଣ ଶିକ୍ଷକ ପ୍ରଧାନ ଶିକ୍ଷକଙ୍କୁ ଢାଲ କରି ଅଳ୍ପଦିନ ହେବା ଆସିଥିବା ନିରୀହ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିଥିଲେ । ଏଭଳି ଏକ ଖବର ପାଇ ବିଧାୟକ ସଂଜୀବ ମଲ୍ଲିକଙ୍କ ନିଦେ୍ର୍ଦଶ କ୍ରମେ ଜିଲା ଶିକ୍ଷାଧିକାରୀ ଉପରୋକ୍ତ ବିଶୃଙ୍ଖଳାକାରୀ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିଥିବାବେଳେ ଶିକ୍ଷୟିତ୍ରୀ ଜଣଙ୍କୁ ମଧ୍ୟ ବଦଳି କରିଛନ୍ତି । ତେବେ ଶିକ୍ଷୟିତ୍ରୀ ଜଣଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ ହେବା ପରେ ସହରାଞ୍ଚଳ ଥାନାଧିକାରିଣୀ ସରୋଜିନୀ ସିଂ ୩ ଶିକ୍ଷକଙ୍କୁ ଡକାଇ ପଚରା ଉଚୁରା କରୁଥିବାର ଜଣାପଡିଛି । ତେଣୁ ଭଦ୍ରକ ଜିଲାସ୍କୁଲ ଭଳି ଏକ ଗୌରବମୟ ଶିକ୍ଷାୟତନରେ ଏଭଳି ଶିକ୍ଷକଙ୍କ କାର୍ଯ୍ୟ କଳାପକୁ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ତୀବ୍ର ନିନ୍ଦା କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*