ଜିନ୍‌ପିଙ୍ଗ କରୋନା ଆକ୍ରାନ୍ତ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ
ବେଜିଂ

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ସେ କରୋନାରେ ଆକ୍ରାନ୍ତ ହୋଇଥିବା କଥା ମଧ୍ୟ କୁହାଯାଉଛି । ତେବେ ସରକାରୀ ଦଳ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଅଦ୍ୟାବଧି ଦିଆଯାଇ ନାହିଁ ।
ବୁଧବାର ହଂକଂ ନିକଟସ୍ଥ ସେଞ୍ଜୋନ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲା ବେଳେ ରାଷ୍ଟ୍ରପତି ବାରମ୍ବାର କାଶୁଥିବା ଦେଖାଯାଇଥିଲା । ଭାଷଣର ଶେଷ ୧୦ ମିନିଟ୍‌ରେ ସେ ଏତେମାତ୍ରାରେ କାଶିଥିଲେ ଯେ, କିଛି ସମୟ ପାଇଁ ନିଜ ଭାଷଣକୁ ରୋକି ଦେଇଥିଲେ ।
ସରକାରୀ ଟିଭି ଚ୍ୟାନେଲରେ ଏହି ଭାଷଣ ଲାଇଭ ହେଉଥିଲା ବେଳେ ଚ୍ୟାନେଲ ପକ୍ଷରୁ ବାରମ୍ବାର ରାଷ୍ଟ୍ରପତିଙ୍କ କାଶିବା ଦୃଶ୍ୟକୁ ହଟାଯାଉଥିଲା । ହେଲେ ଅଡିଓରେ ସେ କାଶିବାର ଶବ୍ଦ ଶୁଣାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିନପିଙ୍ଗ ବିନା ମାସ୍କରେ ମଧ୍ୟ ଥିଲେ । ଏହି ଘଟଣା ପରେ ବିଶ୍ୱବ୍ୟାପୀ ରାଷ୍ଟ୍ରପତିଙ୍କ କରୋନା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କୁହାଯାଉଛି ଯେ କରୋନା ମାମଲରେ ଚୀନ ଯେପରି ତଥ୍ୟ ଲୁଚାଇଥିଲା ଠିକ୍‌ ସେହିପରି ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ତଥ୍ୟ ଲୁଚାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*