ଜାନୁଆରୀରେ ପେସାଦାର ଟେନିସକୁ ଫେରିବେ ସାନିଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ହାଇଦ୍ରାବାଦ

ଗର୍ଭବତୀ ହେବା ପରେ ପେସାଦାର ଟେନିସ୍‌ ଦୁନିଆରୁ ଓହରାଇ ଆଣିଥିଲେ ସାନିଆ । ସେ ୨୦୧୭ ଅକ୍ଟୋବର ମାସରେ ଚୀନ ଓପନରେ ଖେଳିଥିଲେ ନିଜ ଶେଷ ମ୍ୟାଚ୍‌ । ଦୀର୍ଘ ୨ ବର୍ଷ ସେ ପୁଅର ଲାଳନପାଳନ ପାଇଁ ସମୟ ଦେଇଥିବାରୁ ଫେରି ନଥିଲେ ଟେନିସ୍‌ ଦୁନିଆକୁ । ହେଲେ ଏବେ ସେ ଜୋରସୋରରେ ଟ୍ରେନିଂରେ ଅଛନ୍ତି ପ୍ରତ୍ୟାବର୍ତ୍ତନ କରିବାକୁ । ସୂଚନା ଅନୁସାରେ ୨୦୨୦ ଜାନୁଆରୀ ମାସରେ ହୋବାର୍ଟ ଇଣ୍ଟରନ୍ୟାସନାଲ ଟେନିସ୍‌ ପ୍ରତିଯୋଗିତାରେ ଖେଳି ପେସାଦାର ଦୁନିଆକୁ ଫେରିବେ ସାନିଆ । ପାକିସ୍ତାନୀ କି୍ରକେଟ ସୋଏବ ମଲ୍ଲିକଙ୍କୁ ବିବାହ କରିଥିବା ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ଗତବର୍ଷ ଅକ୍ଟୋବର ମାସରେ ପୁତ୍ର ଇଝାନଙ୍କୁ ଜନ୍ମ ଦେଇଥିଲେ । ଗୁରୁବାର ଦିନ ସାନିଆ କହିଛନ୍ତି ମୁଁ ହୋବାର୍ଟରେ ଖେଳିବା ପରେ ଅଷ୍ଟ୍ରେଲିଆ ଓପନ ଖେଳିବାକୁ ମେଲବୋର୍ଣ୍ଣ ଯିବି । ମୁମ୍ବାଇରେ ଏକ ପ୍ରତିଯୋଗିତାରେ ଖେଳିବା ସକାଶେ ମୁଁ ଦୋ ଦୋ ପାଞ୍ଚ ଅଛି । ଡିସେମ୍ବର ମାସରେ ସେହି ପ୍ରତିଯୋଗିତା ହେବ । ତେବେ ମୋର କଚଟିର ସ୍ଥିତି ଦେଖି ମୁଁ ମୁମ୍ବାଇ ପ୍ରତିଯୋଗିତାରେ ଖେଳିବା ସ୍ଥିର କରିବି ବୋଲି ସାନିଆ କହିଛନ୍ତି । ଆମେରିକାର ରାଜୀବ ରାମଙ୍କ ସହ ମିଶି ସେ ଅଷ୍ଟ୍ରେଲିଆନ ଓପନରେ ମିକ୍ସ ଡବଲ୍ସ ଇଭେଣ୍ଟରେ ଭାଗ ନେବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*