ଜାତୀୟ ଶିକ୍ଷା ଦିବସ ପାଳିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ସାମାଜିକ ସଂଗଠନ ‘ୟୁଥ୍ ଫର୍ ଭଲୁ୍ୟଣ୍ଟାରୀ ୱାର୍କ’ ତରଫରୁ ନିକୋ ପାର୍କ ସ୍ଥିତ ନନ୍ଦିନୀପଲ୍ଲୀ, ମୁନ୍ଦାସାହିରେ ଥିବା ଅନୁଷ୍ଠାନ କାର୍ଯ୍ୟାଳୟରେ ସଂଗଠନର ଅଧ୍ୟକ୍ଷ ମୀର୍ ଅହମ୍ମଦ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି । ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଆବୁଲ କାଲାମ ଆଜାଦଙ୍କ ଜନ୍ମ ଦିବସଟିକୁ ଜାତୀୟ ଶିକ୍ଷା ଦିବସା ରୂପେ ପାଳନ କରାଯାଏ । ଅନୁଷ୍ଠାନର ସଦସ୍ୟ ବିନୋଦ କୁମାର ରାଉତ ଆବୁଲ କଲାମଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଅଲ୍ଲୀ ଗୁଣାତ୍ମକ ଶିକ୍ଷାକୁ ନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଆସିବାକୁ ଥିବା ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା କରାଯାଇଥିଲା । ଏକ ଉତ୍ତମ ଶିକ୍ଷା ବ୍ୟବସ୍ଥା ପାଇଁ ନିହାତି ଆବଶ୍ୟକ ହେଉଥିବା ପାଠ୍ୟ ଖସଡ଼ା, ପରୀକ୍ଷା ବ୍ୟବସ୍ଥା, ବୈଷୟିକ ଶିକ୍ଷା, ଶିକ୍ଷକଙ୍କୁ ତାଲିମ୍, ବିଦ୍ୟାଳୟ ପରି·ଳନା ବ୍ୟବସ୍ଥା, ଆବଶ୍ୟକ ଅନୁଯାୟୀ ଶିକ୍ଷକ ନିଯୁକ୍ତି, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ପାର୍ଥକ୍ୟ, ଆଞ୍ଚଳିକ ଭାଷାକୁ ସମାନ ଭାବେ ଗୁରୁତ୍ୱ ଦେବା ପ୍ରଭୃତି ବିଷୟ ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହାସ୍ୟ ଅଭିନେତା ଜ୍ଞାନ, ଅଜିତ୍ ମଣ୍ଟୁ, ଚିନ୍ମୟ ମହାପାତ୍ର, ଲୋକରଞ୍ଜନ ବେହେରା, ରାକୁ, ସୁନିଲ୍, ବିପ୍ଲବ, ନିଲୁ ପ୍ରମୁଖ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*