ଜାତୀୟସ୍ତରୀୟ ରୋଭର ରେଞ୍ଜର ମିନି ଜାମ୍ବୋରୀ ଉଦ୍ଘାଟିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡ ସ୍ଥିତ ରାଜ୍ୟ ତାଲିମ କେନ୍ଦ୍ର୍ର ପରିସରରେ ଆୟୋଜିତ ଜାତୀୟସ୍ତରୀୟ ରୋଭର ରେଞ୍ଜର ମିନି ଜାମ୍ବୋରୀ ସୋମବାର ଉଦ୍ଘାଟିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଡଃ ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ୱଳନ କରି ଜାମ୍ବୋରୀକୁ ଉଦ୍ଘାଟନ କରିଥିଲେ । ରାଜ୍ୟ ସଭାପତି ତଥା ବିଧାୟକ ବିଷ୍ଣୁଚରଣ ଦାସ, ଜାତୀୟ ମୁଖ୍ୟ ରାଜ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ର, କର୍ଣ୍ଣାଟକ ରାଜ୍ୟ ସ୍କାଉଟ ଗାଇଡ୍ର ମୁଖ୍ୟ କମିଶନର ତଥା ପୂର୍ବତନ ମନ୍ତ୍ରୀ ପିଜିଆର୍ ସିନ୍ଧିଆ, ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ମନୋରଞ୍ଜନ ମହାନ୍ତି, ଜ୍ୟୋତିନ୍ଦ୍ରନାଥ ମିତ୍ର, ବିଧାୟକ ଖୋର୍ଦ୍ଧା, ସନ୍ତୋଷ କୁମାର କାମିଲା, ମୁଖ୍ୟ ଡାକପାଳ, ଓଡିଶା, ଖୋର୍ଦ୍ଧା ଜିଲ୍ଲାପାଳ ସୀତାଶୁଂ କୁମାର ରାଉତ, ଯୁଗ୍ମ ନିଦେ୍ର୍ଦଶକ ଦର୍ଶନ ପାୱାସକାର ପ୍ରମୁଖ ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିବାକୁ ଯାଇ ଜାମ୍ବୋରୀର ଉଦେ୍ଦଶ୍ୟ ତଥା ରାଜ୍ୟ ସଂଗଠନର ବର୍ଷ ବ୍ୟାପୀ ବିଭିନ୍ନ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଏବଂ ରୋଭର ଓ ରେଞ୍ଜରମାନଙ୍କ ଦ୍ୱାରା ଗାନ୍ଧିଜୀଙ୍କ ୧୫୦ ତମ ଜନ୍ମ ବାର୍ଷିକ ଅବସରରେ ଜାମ୍ବୋରୀରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ରାଜ୍ୟପାଳ ରାଜ୍ୟ ସଂଗଠନ କାର୍ଯ୍ୟକ୍ରମ ଆୟୋଜନରେ ସନ୍ତୋଷପ୍ରକଟ କରିବା ସହ ସ୍କାଉଟ ଓ ଗାଇଡ୍ ସଂଗଠନ ପ୍ରତ୍ୟେକ କ୍ଷେତ୍ରରେ ସର୍ବଦା ଉଲ୍ଲେଖନୀୟ କାର୍ଯ୍ୟ ସଂପାଦନ କରିଆସିଛି ବୋଲି ଅଭିହିତ କରିଥିଲେ । ଅନ୍ୟତମ ଅତିଥି ସିନ୍ଧିଆ ପ୍ରତ୍ୟେକ କାର୍ଯ୍ୟରେ ଓଡିଶା ସଂଗଠନ ସବୁବେଳେ ଅଗ୍ରଣୀ ଭୂମିକା ନିର୍ବାହ କରି ଆସିଥିବାରୁ ସାଧୁବାଦ ଜଣାଇଥିଲେ । ଅନ୍ୟ ସମ୍ମାନୀତ ଅତିଥିମାନେ ଅନୁରୂପ ଭାବେ ଜାମ୍ବୋରୀର ସଫଳତା କାମନା କରି ରୋଭର ରେଞ୍ଜର ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପ୍ରାରମ୍ଭରେ ରାଜ୍ୟପାଳଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଇତ୍ୟବସରରେ ଈରଗ୍ଧଗ୍ଧରକ୍ସ ଡକ୍ଟକ୍ସକ୍ଷୟ ଠସକ୍ଷକ୍ଷବଶର, ଝକ୍ଟ୍ରରମସବକ୍ଷ ଚକ୍ଟଗ୍ଦଗ୍ଧବକ୍ଷ ଉକ୍ଟଙ୍ଖରକ୍ସ ଏବଂ ଜାମ୍ବୋରୀ ପତ୍ରିକା ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ହାମ୍ ରେଡିଓ ମାଧ୍ୟମରେ ଜାମ୍ବୋରୀ ସମ୍ବନ୍ଧୀୟ ସବିଶେଷ ସୂଚନା ଦେଶ ଓ ବିଦେଶ ବ୍ୟାପୀ ପ୍ରସାରଣର ବ୍ୟବସ୍ଥା ହୋଇଅଛି । ଶେଷରେ ରୋଭର ରେଞ୍ଜରମାନଙ୍କ ଦ୍ୱାରା ଆକର୍ଷଣୀୟ ସଂହତି ନୃତ୍ୟ ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ସନ୍ଧ୍ୟାରେ ରୋଭର ରେଞ୍ଜରମାନଙ୍କଦ୍ୱାରା ଆୟୋଜିତ ଲୋକନୃତ୍ୟ ଉତ୍ସବରେ ସମାଜସେବୀ ନନ୍ଦିନୀ ମହାପାତ୍ର ଷଡଙ୍ଗୀ, ମୁଖ୍ୟ ଅତିଥିଭାବେ ଯୋଗଦେଇ ସେମାନଙ୍କର ଅନ୍ତର୍ନିହିତ କଳାର ଭୂୟସୀ ପ୍ରଶଂସା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*