ଜରାଜୀର୍ଣ୍ଣ ତିହିଡ଼ି ଡାକବଙ୍ଗଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ତିହିଡ଼ି

ତିହିଡ଼ି ଥାନା ନିକଟରେ ଅବସ୍ଥିତ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ତିହିଡ଼ି ଡାକବଙ୍ଗଳା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଏହି ଡାକବଙ୍ଗଳାକୁ ପୂର୍ବତନ ଚାନ୍ଦବାଲି ବିଧାୟକ ତଥା ବର୍ତ୍ତମାନର ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଉଦଘାଟନ କରିଥିଲେ । ଏହି ଡାକବଙ୍ଗଳାରେ ବିଭିନ୍ନ ପ୍ରକାର ସମସ୍ୟା ନେଇ ଆଲୋଚନା ହେବା ସହ ରାଜନେତାଙ୍କ ରହଣୀଠାରୁ ବୈଠକ ଏବଂ ବିଭିନ୍ନ ଜନହିତକର ସମସ୍ୟାର ସମାଧାନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଥାଏ । ୨୫ ବର୍ଷ ଧରି ଏଠାରେ ରାତ୍ରିକାଳୀନ ଜଗୁଆଳ ବିମ୍ବାଧର ବେହେରା କାମ କରୁଛନ୍ତି । ସୂଚନା ଅନୁଯାୟୀ ଏହି ଡାକବଙ୍ଗଳାକୁ ବିଦୁ୍ୟତ ବିଭାଗ ପକ୍ଷରୁ ଚଳିତ ବର୍ଷ ମାର୍ଚ୍ଚ ମାସରୁ ଡାକବଙ୍ଗଳା ବିଦୁ୍ୟତ ବିଭାଗ ପକ୍ଷରୁ ବକେୟା ବିଲ ପୈଠ କରିନଥିବା ନେଇ ସଂଯୋଗ ଛିନ୍ନ କରାଯାଇଛି । ମୁଖ୍ୟରାସ୍ତାରୁ ଡାକବଙ୍ଗଳାକୁ ପ୍ରବେଶ ଦ୍ୱାରର ଦୁଇ ପାଶ୍ୱର୍ରେ ବିଭିନ୍ନ ପ୍ରକାରର ଅନାବନା ଗଛ ସୃଷ୍ଟି ହେବା ସହ ବର୍ଷାପାଣି ଜମି ରହିବା ସହ ଆବର୍ଜନା ପଚି ଦୁର୍ଗନ୍ଧ ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*