ଜମ୍ମୁ ଓ କାଶ୍ମୀର ବାବଦରେ ସାରା ବିଶ୍ୱ ଆମକୁ କରିଛି ସମର୍ଥନ : ଶାହା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ଗୁରୁବାର ଦିନ ସାଙ୍ଗଲି ଠାରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଲା ବେଳେ କେନ୍ଦ୍ରଗୃହମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଜୋରଦାର ଭାବେ ଘେରିଛନ୍ତି । ଏଥିସହ ସେ କଂଗ୍ରେସ ଦଳ ଉପରେ ମଧ୍ୟ କରିଛନ୍ତି ଆଟାକ୍‌ । ନିଜ ଶାଣିତ ଭାଷଣରେ ଶାହା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପକ୍ଷରୁ ଜମ୍ମୁ ଓ କାଶ୍ମୀରର ବିଶେଷ ଅଧିକାର ଶେଷ କରିବାର ନିଷ୍ପତ୍ତିକୁ ସାରା ବିଶ୍ୱ ସମର୍ଥନ ପ୍ରଦାନ କରିଛି । ଅପରପକ୍ଷରେ ଏହାକୁ ଆନ୍ତର୍ଜାତୀକ କରଣ କରିବାର ଚେଷ୍ଟା କରି ପାକିସ୍ତାନ ସାରା ବିଶ୍ୱରେ ଏକଘରକିଆ ହୋଇପଡିଛି । ନିକଟରେ ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘରେ ଭାଷଣ ଦେଇ ଫେରିଛନ୍ତି । ଧାରା ୩୭୦ ଉଚ୍ଛେଦ କରାଯିବା ପ୍ରତି ସାରା ବିଶ୍ୱରେ ଆମକୁ ସମର୍ଥନ ତାହାର ପ୍ରମାଣ ସେଠାରେ ମିଳିଯାଇଛି ବୋଲି ଶାହା ତାଙ୍କ ଭାଷଣରେ କହିଥିଲେ । ଅନ୍ୟପଟେ ପାକିସ୍ତାନ କୋଣଠେସା ହୋଇଯାଇଛି ବୋଲି ବତାଇଥିଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆସନ୍ତା ୨୧ ତାରିଖରେ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ଭାଜପା-ଶିବସେନା ମେଣ୍ଟ କଂଗ୍ରେସ ଏବଂ ଏନ୍‌ସିପି ମେଣ୍ଟ ସହ ସିଧାସଳଖ କରୁଛି ଲଢେଇ । ତେଣୁ ଏହି ନିର୍ବାଚନୀ ସଭାରେ ଅମିତ୍‌ ଶାହା ଉଭୟ କଂଗ୍ରେସ ଓ ଏନ୍‌ସିପିକୁ ଘେରିବାକୁ ଭୁଲି ନଥିଲେ । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଧାରା ୩୭୦ ଉଚ୍ଛେଦ କରିବାର ପ୍ରସ୍ତାବ ଆଣିଲେ ସେତିକି ବେଳେ ଉଭୟ କଂଗ୍ରେସ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏହାକୁ ବିରୋଧ କରିଥିଲେ । ମୁଁ ଏହି ଦୁଇ ଦଳର ନେତା ରାହୁଲ ଗାନ୍ଧୀ ଏବଂ ଶରଦ ପାୱାରଙ୍କୁ ଆହ୍ୱାନ ଦେଉଛି ସେମାନେ କ’ଣ ପାଇଁ ଏହାକୁ ବିରୋଧ କରିଥିଲେ ତାହାର ଜବାବ ମହାରାଷ୍ଟ୍ରବାସୀଙ୍କୁ ପ୍ରଦାନ କରନ୍ତୁ । ରାହୁଲଙ୍କ ଉପରେ ଆକ୍ରମଣ ଶାଣିତ କରି ଶାହା କହିଥିଲେ କାଶ୍ମୀରରେ ରକ୍ତର ନଦୀ ବୋହିଯିବ ବୋଲି ସେ ଯାହା ଆଶଙ୍କା କରିଥିଲେ ସେପରି କିଛି ଘଟିନାହିଁ କାରଣ ସୁରକ୍ଷାବଳ ତୟାର ଥିଲେ । ଗୋଟିଏ ବି ଗୁଳି ସେଠାରେ ଚଳାଯାଇନାହିଁ । ଭାଜପା ନେତା କହିଥିଲେ ଯେ ତାଙ୍କ ଦଳ ସବୁବେଳେ ଦେଶକୁ ରାଜନୀତି ଠାରୁ ଉପରେ ରଖେ । କ୍ଷମତାରେ ଥାଉ ବା ନଥାଉ ଆମେ ଦେଶର ସ୍ୱାର୍ଥକୁ ସର୍ବେର୍ାପରି ରଖୁ । ୧୯୭୧ ଯୁଦ୍ଧରେ ପାକିସ୍ତାନ ବିପକ୍ଷ ବିଜୟ ପରେ ପ୍ରଧାନମନ୍ତ୍ରୀ ଗାନ୍ଧୀଙ୍କୁ ଅଟଳ ବିହାରୀ ହିଁ ପ୍ରଥମ ବ୍ୟକ୍ତି ଭାବେ ଅଭିନନ୍ଦନ ଜଣାଇଥିଲେ । ଆମେ ସେତେବେଳେ ବିରୋଧିରେ ଥିଲେ ମଧ୍ୟ ଆମ ପାଇଁ ଦେଶ ସଦା ଆଗରେ ରହିଆସିଛି ବୋଲି କହିଥିଲେ ଶାହା । ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଉପରେ ବିରୋଧୀ ଦଳଗୁଡିକର କଟାକ୍ଷକୁ ଖାରଜ କରି ଶାହା କହିଥିଲେ ମୋଦୀଙ୍କ ଅପେକ୍ଷା ମନମୋହନ ସିଂ ଅଧିକ ଯାଇଥିଲେ ବିଦେଶ । କେବଳ ସେତିକି ନୁହେଁ ସୋନିଆଙ୍କ ଦ୍ୱାରା ଲିଖିତ ଭାଷଣ ସେ ପଢୁଥିଲେ ବାହାରେ । ବେଳେବେଳେ ତ ମାଲେସିଆ ପାଇଁ ଲେଖାଯାଇଥିବା ଭାଷଣ ରୁଷିଆରେ ପଢି ପକାଇଥିଲେ ବୋଲି କହି କଟାକ୍ଷ କରିଥିଲେ ଶାହା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*