ଚୋରି କରୁଥିବା ନାବାଳକ ଓ ଉଦ୍ଧାର ନାବାଳିକାଙ୍କୁ ସିଡବ୍ଲୁ୍ୟସିରେ ହାଜର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଗତ କିଛିଦିନ ଧରି ଭଦ୍ରକର ବିଭିନ୍ନ ମନ୍ଦିର, ଉଠା ଦୋକାନ ଓ ଘରମାନଙ୍କରୁ ଅଭିନବ ଭାବେ ଚୋରି କରିଆସୁଥିବା ଏକ ନାବାଳକ ରାକେଟକୁ ସହରାଞ୍ଚଳ ଥାନା ପୁଲିସ୍ ଅଟକ ରଖି ଆସିଆନାର ଚାଇଲ୍ଡ ଲାଇନ୍କୁ ହସ୍ତାନ୍ତର ପରେ ସିଡବ୍ଲୁ୍ୟସି ସମ୍ମୁଖରେ ହାଜର କରାଇଛି । ତେବେ ସିଡବ୍ଲୁ୍ୟସିର ନିଦେ୍ର୍ଦଶ ଅନୁସାରେ ସେମାନଙ୍କୁ ଏବେ ଆସିୟାନାର ମୁକ୍ତାଶ୍ରୟ କେନ୍ଦ୍ରରେ ରଖାଯାଇଛି । ସେହିଭଳି ରାଉତ୍ ବସରୁ ଦିଘା ଚାଲାଣ ହେଉଥିବା ୭ ଜଣ ଝିଅଙ୍କ ମଧ୍ୟରୁ ୨ ଜଣ ନାବାଳିକାଙ୍କୁ ଆସିୟାନା ପକ୍ଷରୁ ସିଡବ୍ଲୁ୍ୟସିରେ ହାଜର କରାଇବା ପରେ ସମସ୍ତଙ୍କୁ ଆସିୟାନାର ସ୍ୱଳ୍ପ ରହଣି କେନ୍ଦ୍ରରେ ରଖାଯାଇଛି । ଏହି ୨ ଜଣ ନାବାଳିକା ଭଉଣୀ ହେଲେ ଅସୁରାଳି ଗଢିଆଳିର ହୀରାବତୀ ଜେନା ଓ ମୋତି ଜେନା । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ସହରାଞ୍ଚଳର ନାଇଟ୍ ପାଟ୍ରୋଲିଂ ଟିମ୍ ବିଳମ୍ବିତ ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାନ୍ଦିଆ ଫିସରି ବନ୍ଧ ନିବାସୀ ନାରଣ ମୁନ୍ଦାର ପୁତ୍ର ରାମ (୧୦), ବନମାଳୀ ମୁନ୍ଦାର ଦୁଇପୁତ୍ର ସୁନୀଲ (୭) ଓ କେଶରୀ (୮) ଏବଂ ରାଜୁ ମାଝୀଙ୍କ ପୁତ୍ର ଟିଙ୍କ (୭) କୁ ସନେ୍ଦହଜନକ ଭାବେ ବୁଲୁଥିବାର ଦେଖି ଥାନାକୁ ନେଇଆସିଥିଲେ । ସେମାନଙ୍କୁ ପଚରାଉଚୁରା ସମୟରେ ଦୀର୍ଘ ଦିନ ଧରି ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିଭିନ୍ନ ମନ୍ଦିର ମଧ୍ୟରେ ଥିବା ହୁନ୍ଦି, ଉଠାଦୋକାନ ଓ ଗୃହମାନଙ୍କରୁ ଏମାନେ ଲୁହା ରଡ୍ ଦ୍ୱାରା ଅଭିନବ ଭାବେ ଚୋରି କରିଆସୁଥିଲେ । ଏପରିକି ଏମାନେ ଜଣେ ମହିଳା କନେଷ୍ଟବଳଙ୍କ ଘରୁ ମଧ୍ୟ ସୁନା ଗହଣା ଚୋରି କରିଥିବାର ଜଣାପଡିଛି । ଏମାନଙ୍କ ମଧ୍ୟରେ ଥିବା ରିଙ୍ଗ ମାଷ୍ଟର ରାମର କହିବା ମୂଳେ ଏମାନେ ସମସ୍ତେ ଲୁହାରଡ ଦ୍ୱାରା ବନ୍ତ ଛକରେ ଥିବା ଶିବ ମନ୍ଦିର ଓ ଓରିଅନ୍ ହୋଟେଲ ଆଗରେ ଥିବା ଏକ ମନ୍ଦିରର ଚାବି ଭାଙ୍ଗି ହୁନ୍ଦିରୁ ଟଙ୍କା ନେବା ସହ ଉଠା ଦୋକାନ ଓ ଘରମାନଙ୍କରେ ପଶି ଟଙ୍କା ଓ ଗହଣାପତ୍ର ଚୋରି କରିଥାନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*