ଚିନିକଳ ପୁନଃ ଚାଲୁ କରିବା ଦାବିରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ନୟାଗଡ଼ ଚିନି କଳକୁ ପୁନଃ ଚାଲୁ କରିବା ଦାବିରେ ଆନେ୍ଦାଳନ ଥମୁ ନଥିବା ବେଳେ ବୁଧବାର ଏ ନେଇ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ୨୦୧୫ ମସିହାରୁ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ବେଆଇନ୍ ଭାବେ ନୟାଗଡ଼ ଚିନି କଳରେ ତାଲା ପକାଇ ଫେରାର୍ ହୋଇଯାଇଥିବା ବେଳେ ବୁଧବାର ଯାଏ ସମ୍ପୃକ୍ତ କମ୍ପାନୀ ଜିଲ୍ଲାର ଶହ ଶହ ଆଖୁ ଚାଷୀ ଓ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ନ ଦେଇ ହଜାର ହଜାର ଚାଷୀ ପରିବାରଙ୍କୁ ଆର୍ଥିକ ଦୂରବସ୍ଥା ମଧ୍ୟକୁ ଠେଲିଦେଇଛି । ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ୫ ବର୍ଷ ଧରି ବନ୍ଦ ପଡ଼ିଥିବା ଚିନିକଳୁ ଚାଲୁ କରିବା ପାଇଁ ଜିଲ୍ଲାରେ ବାରମ୍ବାର ଆନେ୍ଦାଳନ ଡାକରା ଦିଆଯାଇଥିବା ପରେ ମଧ୍ୟ ପ୍ରଶାସନ ଏ ଦିଗରେ କୌଣସି କର୍ଣ୍ଣପାତ କରୁନାହିଁ । ଅନ୍ୟପକ୍ଷେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ ଏବଂ ସାଂସଦମାନଙ୍କୁ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳୁନାହିଁ । ନିକଟରେ ଏହି ଚିନିକଳକୁ ପୁନଃ ଚାଲୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନୟାଗଡ଼ରୁ ଶତାଧିକ ଚାଷୀ ଓ ଚିନିକଳ କର୍ମଚାରୀ ୧୦୦ କିମି ପଦଯାତ୍ରା କରି ନବୀନ ନିବାସ ଅଭିମୁଖେ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତରଫରୁ କୌଣସି ଆଲୋଚନା ପାଇଁ ଡକାଗଲା ନାହିଁ । ଅନ୍ୟପକ୍ଷେ ଜାତୀୟ ପତାକା ଧରି ଶତାଧିକ ଚାଷୀ ଓ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଶାନ୍ତିପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିବା ବେଳେ ପୁଲିସ୍ ବଳ ପୂର୍ବକ ଭାବେ ଚାଷୀମାନଙ୍କୁ ଉଠାଇ ନେଲା । ଏଣୁ ଏ ଦିଗରେ ରାଜ୍ୟର ତୃତୀୟ ଚିନିକଳ ତଥା ନୟାଗଡ଼ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପ ନୟାଗଡ଼ ଚିନିକଳକୁ ତୁରନ୍ତ ଚାଲୁ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବା ସହ କର୍ମଚାରୀ ଓ ଆଖୁ ଚାଷୀଙ୍କର ୭ କୋଟିରୁ ଊଦ୍ଧ୍ୱର୍ ବକେୟା ଟଙ୍କା ଭରଣା କରିବା ପାଇଁ ବୁଧବାର ରାଜ୍ୟପାଳଙ୍କୁ ଭେଟି ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି ଦାବି ଜଣାଇଛି । ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ବିଶ୍ୱନାଥ ମହାପାତ୍ର, ସନ୍ତୋଷ କୁମାର ପ୍ରଧାନ, ମନୋଜ କୁମାର ସାହୁ, ଶିବରାମ ମହାପାତ୍ର, ଯୋଗେନ୍ଦ୍ର କୁମାର ଖୁଣ୍ଟିଆ ପ୍ରମୁଖ ବୁଧବାର ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଛନ୍ତି । ଅନ୍ୟପକ୍ଷେ ଆଗାମୀ ଦିନରେ ସରକାର ନୟାଗଡ଼ ଚିନିକଳକୁ ତୁରନ୍ତ ଚାଲୁ କରିବା ଦିଗରେ କୌଣସି ପଦକ୍ଷେପ ନ ନେଲେ ଆଗମୀ ମାର୍ଚ୍ଚ ୬ରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନୟାଗଡ଼ ଜିଲ୍ଲା ବନ୍ଦ ଡାକରା ଦେବାକୁ ଚେତାବନି ଦିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*