ଚିଦାମ୍ବରମଙ୍କୁ ଭେଟିଲେ ଗହଲୋତ ‘ଷଡ଼ଯନ୍ତ୍ର ପାଇଁ ଜେଲ୍‌ରେ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଜୟପୁର
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଶୁକ୍ରବାର ଦିଲ୍ଲୀର ତିହାର ଜେଲ୍‌ରେ ବନ୍ଦ ଥିବା ପୂର୍ବ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଭେଟିଛନ୍ତି । ଏହି ସମୟରେ ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ମଧ୍ୟ ସାମିଲ ଥିଲେ ।
ଭେଟିବା ପରେ ଗହଲୋତ କହିଛନ୍ତି ଯେ, ମୁଁ ଆଶା କରୁଛି ଖୁବ୍‌ଶୀଘ୍ର ତାଙ୍କୁ ଜାମିନ ମିଳିବ । ତାଙ୍କ ନାମରେ କୌଣସି ମାମଲା ନାହିଁ । ଷଡ଼ଯନ୍ତ୍ର କରି ତାଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଛି । ନିଜ ଝିଅକୁ ହତ୍ୟା କରି ଜେଲ୍‌ରେ ବନ୍ଦ ଥିବା ଇନ୍ଦ୍ରାଣୀ ମୁର୍ଖାଜୀଙ୍କ ବୟାନ ଆଧାରରେ ତାଙ୍କୁ ଜେଲ୍‌ରେ ବନ୍ଦ କରାଯାଇଛି । ସମଗ୍ର ଦେଶ ଘଟଣାକୁ ଦେଖୁଛି । ଏନ୍‌ଡିଏ ସରକାରକୁ ଏହାର ପରିଣାମ ଭୋଗିବାକୁ ପଡିବ । ଗଣତନ୍ତ୍ରକୁ ଏହି ସରକାର ହତ୍ୟା କରୁଛି । କାରଣ ସୁପି୍ରମକୋର୍ଟ ଗୋଟିଏ ମାମଲାରେ ଜାମିନ ଦେଇଥିଲା ବେଳେ ଏହା ପରେ ଦ୍ୱିତୀୟ ମାମଲାରେ ମଧ୍ୟ ସେହି ସମାନ କଥା ଉଲ୍ଲେଖ କରାଯାଉଛି । ଚିଦାମ୍ବରମଙ୍କ ସହ ଆଲୋଚନା ବେଳେ ସେ ବର୍ତ୍ତମାନ ଦେଶର ଅର୍ଥନୀତି ନେଇ ଚିନ୍ତାପ୍ରକଟ କରିଥିଲେ । ୪୫ବର୍ଷ ଧରି ସେ ଦେଶର ସେବା କରିଥିଲା ବେଳେ ଏନ୍‌ଡିଏ ସରକାର ତାଙ୍କୁ ଏ ଯେଉଁ ଜେଲ୍‌ ପୁରସ୍କାର ଦେଇଛି,ତାହା ଅତ୍ୟନ୍ତ ନିନ୍ଦନୀୟ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*