ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତକୁ ଘେରିଲେ ବିରୋଧୀ ରାଜ୍ୟରେ ନାହିଁ ଆଇନ୍‌ର ଶାସନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟର ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣରୂପେ ଭୁଶୁଡି ପଡିଛି । ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିଲେ ମଧ୍ୟ ବିଭାଗ ଉପରେ ମୁନ୍ଦ ଖେଳାଇବାକୁ ସେ ସମୟ ଦେଉନାହାନ୍ତି । ଦଳ କିପରି ନିର୍ବାଚନରେ ଜିତିବ ସେଥିପାଇଁ ସେ ଅଧିକ ସମୟ ଦେଇ ବିଭାଗକୁ ଅଣଦେଖା କରୁଛନ୍ତି । ବିଧାନସଭାରେ ଗୃହ ବିଭାଗ ଆଲୋଚନା ବେଳେ ଉପସ୍ଥିତ ରହୁନାହାନ୍ତି । ବିରୋଧୀ ଯେତେ ଦାବି କଲେ ମଧ୍ୟ କୌଣସି ଫଳ ହେଉନାହିଁ । ରାଜ୍ୟରେ ବଢ଼ି ଚାଲିଥିବା ଶିଶୁ ଓ ନାରୀ ଦୁଷ୍କର୍ମ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତର ଏକ ନଗ୍ନ ନମୁନା । ଅପରାଧୀଙ୍କ ସହ ପୁଲିସର ସମ୍ପର୍କ ବଢ଼ୁଥିବାରୁ ଅପରାଧ ବୃଦ୍ଧି ପାଉଛି । ଅବାଧ ମଦ କାରବାର ସହିତ ରାଜ୍ୟରେ ନାରୀ ଧର୍ଷଣ, ହତ୍ୟା, ଡକାୟତି, ରାହାଜାନି, ଚୋରି ଭଳି ଅପରାଧିକ ମାମଲା ବଢ଼ିବଢ଼ି ଚାଲିଛି । ଅପରାଧ ତୁଳନାରେ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ କମ୍‌ । ରାଜ୍ୟରେ ଏକ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି ବୋଲି ବିରୋଧୀ ଭାଜପା ଓ କଂଗ୍ରେସ ବିଧାନସଭାରେ ଅଭିଯୋଗ ଆଣିଛନ୍ତି । ୨୦୧୮-୧୯ ଆର୍ଥôକ ବର୍ଷ ପାଇଁ ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଣିଥିବା ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ବିରୋଧୀ ସରକାରଙ୍କ ବିଫଳତାକୁ ନେଇ ସମାଲୋଚନା କରିଛନ୍ତି ।
ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଆଲୋଚନା ଆରମ୍ଭ କରି ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷାକ୍ଷେତ୍ରରେ ସରକାର ଅସମର୍ଥ ଥିବା ଅଭିଯୋଗ କରିଛନ୍ତି । ଗତ ୧୦ବର୍ଷ ମଧ୍ୟରେ ରାଜ୍ୟର ଅପରାଧିକ ତଥ୍ୟଗୁଡ଼ିକ ଗୃହର ଦୃଷ୍ଟିକୁ ଆଣି ପୁଲିସର ବିଫଳତାକୁ ପଦାରେ ପକାଇଛନ୍ତି । ନାରି ନିର୍ଯାତନା ଓ ଦୁଷ୍କର୍ମ ଘଟଣା ରାଜ୍ୟରେ ମୁନ୍ଦ ବ୍ୟଥାର କାରଣ ହୋଇଛି । ନାବାଳିକା ଓ ଆଶ୍ରମ ବିଦ୍ୟାଳୟରେ ରହୁଥିବା ଅନ୍ତେବାସୀମାନେ ଅବା‚ିତ ଗର୍ଭଧାରଣ ଆମକୁ ଲଜ୍ଜିତ କରିଛି । ଏହି ସରକାରଙ୍କ ସମୟରେ ପିପିଲି, କୁନ୍ଦୁଲି ଘଟଣା ଭଳି ସ୍ମିତାରାଣୀ ଘଟଣା ଏବେ ସମସ୍ତଙ୍କୁ ଲଜ୍ଜିତ କରିଛି । ଏଭଳି ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ସନେ୍ଦହ ଦେଖାଦେଉଛି । ଅନେକ କ୍ଷେତ୍ରରେ ପୀଡିତା ସହାୟତା ନପାଇ ଅପରାଧୀଙ୍କ ପାଖେ ମୁନ୍ଦବିକି ନିରବ ରହୁଛି ବୋଲି ବରଗଡ଼ ଜିଲ୍ଲାର ଏକ ଧର୍ଷଣ ଘଟଣାକୁ ନେଇ ଅଭିଯୋଗ କରିଥିଲେ । ନାରୀମାନଙ୍କୁ ନିର୍ଯାତନା ଦିଆଯାଉଥିବାବେଳେ ଅଭିଯୋଗ ଆସିଲେ ସରକାର କେବଳ ତଦନ୍ତ ନିଦେ୍ର୍ଦଶ ଦେଇ ନିରବ ରହୁଛନ୍ତି । ଏହି ସରକାରଙ୍କ ଶାସନ କାଳରେ ଯେତେଗୁଡିଏ ତଦନ୍ତ କମିଶନ ବସାଯାଇଛି ଗୋଟିଏ ହେଲେ ରିପୋର୍ଟ ଗୃହକୁ ଆସୁନାହିଁ । ଗୃହ ବିଭାଗର ପ୍ରଶାସନରେ ବ୍ୟାପକ ଦୁର୍ନୀତି ଭରିଯାଇଛି । ଅଦାଲତରେ ସାକ୍ଷୀ ଦେବାକୁ ଆସୁଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଖର୍ଚ୍ଚର ବ୍ୟବସ୍ଥା ଥିବାବେଳେ କାହାରିକୁ ଟଙ୍କାଟିଏ ମିଳିନାହିଁ । ଏବାବଦରେ ହଜାର ହଜାର କୋଟି ଟଙ୍କା ଆତ୍ମସାତ ହେଉଛି । ବିକେ ଶର୍ମାଙ୍କୁ ପୁଲିସ ଡିଜିପି ପଦରୁ ରାତିଅଧିଆ ହଟାଯିବା ଘଟଣାରେ ଦୁର୍ନୀତିର ଗନ୍ଧ ବାହାରିଛି । ଜଣେ ଦୁର୍ନୀତି ଗ୍ରସ୍ତଙ୍କୁ ନିଯୁକ୍ତି ଦେବା ପୂର୍ବରୁ କାହିଁକି ସେମାନଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯାଞ୍ଚ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ସ୍ମିତାରାଣୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଶାସକ ଦଳ ଇଙ୍ଗିତରେ ଅପରାଧୀମାନେ ନିର୍ଭୟରେ ଖସି ଯାଉଛନ୍ତି । ରଙ୍ଗମହଲର ଉଚ୍ଛେଦ ହୋଇଥିବା କହି ଏଥିରେ କେହି ହାତ ମାରୁନାହାନ୍ତି । ବିରୋଧୀଙ୍କ ଦାବି ପରେ ଜଣେ ଆରଆଇଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ରାସ୍ତା ଦୁର୍ଘଟଣା ଯେଉଁ କାରଣରୁ ହେଉଛି ସେଥିପାଇଁ ନିରାକରଣ ହେଉନାହିଁ । ମଦ୍ୟପ ଚାଳକ ଯେତିକି କାର୍ଯ୍ୟାନୁଷ୍ଠାନ ହେବା କଥା ତାହା କରାଯାଉ ନାହିଁ । ରାଜ୍ୟର ଆଇନ ଶୃଙ୍ଖଳା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ବୋଲି ବିରୋଧୀ ଦଳ ନେତା ଅଭିଯୋଗ କରିଥିଲେ । ବଲାଙ୍ଗିରରେ ୪ହଜାର କୋଟି ଟଙ୍କାର ଜମି ଦୁର୍ନୀତି ସମ୍ପର୍କରେ ପୂର୍ବରୁ ଅଭିଯୋଗ ଆଣିଥିଲି । ମୁଖ୍ୟମନ୍ତ୍ରୀ ତାଙ୍କ ବାଲ୍ୟ ବନ୍ଧୁଙ୍କୁ ଭୁବନେଶ୍ୱରରେ ହୋଟେଲ ପାଇଁ ୫ଏକର ଜମି ଦେଇଥିଲେ । ଅଧ ଏକର ଜମିରେ ହୋଟେଲ ହୋଇଛି । ବଳକା ଜମି କାହିଁକି ଫେରାଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନିରବ ରହିବା ପରିତାପର ବିଷୟ ବୋଲି ନରସିଂହ କହିଥିଲେ ।
କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଆଲୋଚନାରେ ଭାଗନେଇ ସରକାରଙ୍କ ଆଇନ ଶୃଙ୍ଖଳା ଦିଗ ଉପରେ କେତେକ ନଜିର ରଖିଥିଲେ । ଅପରାଧ ବଢ଼ୁଥିବାବେଳେ ଦୁର୍ନୀତି ସୀମା ଲଘଂନ କରିଛି । ନାଁକୁ ମାତ୍ର ୫ଟି ଓ ମୋ ସରକାର କଥା କୁହାଯାଉଛି । ରାଜ୍ୟରେ ଏଭଳି କୌଣସି ଗୋଟିଏ ବ୍ଲକ କାର୍ଯ୍ୟାଳୟ ଦୁର୍ନୀତିରୁ ବାଦ୍‌ ପଡ଼ିନାହିଁ । ୫ଟି ସଚିବଙ୍କୁ ଆହ୍ୱାନ ଦେଇ ତାଙ୍କୁ ସାଥିରେ ନେଲେ କିପରି ଦୁର୍ନୀତି ହେଉଛି ତାହା ଦେଖାଇ ଦେବେ ବୋଲି ନରସିଂହ ଗୃହରେ କହିଛନ୍ତି । ଗୃହ ବିଭାଗ ଦୁର୍ନୀତିର ଚରମସୀମାରେ ପହଞ୍ଚôଛି । ଅଦାଲତରେ ଧର୍ମଘଟ ଚାଲିଥିବା ବେଳେ ପିପି, ଏପିପିମାନେ କିଭଳି ଦରମା ନେଇଛନ୍ତି ତାହା ପଚାରିଲେ ମୁଖ୍ୟମନ୍ତ୍ରୀ ଉତ୍ତର ଦେଉନାହାନ୍ତି । ସବୁଥର ଭଳି ଲେଖାଯାଇଥିବା ୨ପୃଷ୍ଟିଆ ଉତ୍ତର ପଢ଼ି ମୁଖ୍ୟମନ୍ତ୍ରୀ କାମ ସାରିଦେଉଛନ୍ତି । ନାରୀ ନିର୍ଯାତନା କ୍ଷେତ୍ରରେ ଓଡ଼ିଶା ରେକର୍ଡ ସ୍ଥାନରେ ପହଞ୍ଚô ସାରିଲାଣି । ଦୁଷ୍କର୍ମ ଘଟଣା ଏପରିଭାବେ ବୃଦ୍ଧି ପାଉଛି ଯେତେ ପଦକ୍ଷେପ ନେଲେ ବି ଏଥିରେ ରୋକ ଲାଗିପାରୁ ନାହିଁ । ଗୃହରେ ବିଗତ ୯ମାସରେ ରାଜ୍ୟରେ ୯୪୫ଟି ଦୁଷ୍କର୍ମ ମାମଲା ହୋଇଛି ବୋଲି ଗୃହରେ ଉତ୍ତର ମିଳୁଛି । ସୁପ୍ରିମକୋର୍ଟଙ୍କ ତଥ୍ୟ ଅନୁସାରେ ଚଳିତ ବର୍ଷ ୬ମାସରେ ୧୧୦୫ଟି ଦୁଷ୍କର୍ମ ଘଟଣା ଘଟିଛି ବୋଲି ସୂଚନା ରହିଛି । ଦଳିତ ଓ ଜନଜାତି ନିର୍ଯାତନା ମାମଲା ଓଡ଼ିଶାରେ ଉଦ୍‌ବେଗଜନକ ରହିଛି । ୩.୨% ମାମଲା ଏହି ବର୍ଗପାଇଁ ଚିନ୍ତାଜନକ ହୋଇଛି । ମହିଳା ଅତ୍ୟାଚାର ମାମଲାର ୯୪.୭ଭାଗ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ମାମଲା ତୁଳନାରେ ଅପରାଧୀଙ୍କୁ ଧରିବାରେ ପୁଲିସ ବିଫଳ ହେଉଛି । ତଦନ୍ତ କମିଶନ ରିପୋର୍ଟ ଗୃହରେ ଉପସ୍ଥାପତି ହେଉନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଯେତେ ପ୍ରଶ୍ନ ପଚାରିଲେ ଉତ୍ତର ମିଳୁନାହିଁ । ଆମେ ଗୃହରେ ପ୍ରଶ୍ନ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହୁନାହାନ୍ତି । ଚାରି କାନ୍ଥକୁ ଦେଖାଇ ପ୍ରଶ୍ନ କରିଚାଲିଛୁ । ଉତ୍ତର ଦେଲାବେଳେ ଅଫିସରମାନଙ୍କ ଦ୍ୱାରା ଲେଖାପଢ଼ି ମୁଖ୍ୟମନ୍ତ୍ରୀ ସବୁଠିକ୍‌ ଅଛି ବୋଲି କହୁଛନ୍ତି । ସାମଗ୍ରୀକଭାବେ ରାଜ୍ୟର ଆଇନ ଶୃଙ୍ଖଳା ଭୁଶୁଡି ପଡ଼ିଛି ବୋଲି ନରସିଂହ ଗୃହରେ ଅଭିଯୋଗ କରିଥିଲେ ।
ଏହି ଆଲୋଚନାରେ ବିରୋଧୀ ବିଧାୟକ ସନାତନ ବିଜୁଳି, ମୁକେଶ ମହାଲିଙ୍ଗ, ତାରାପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ସରକାର ବିଫଳ ହେଉଥିବା ଅଭିଯୋଗ କରିଥିଲେ । ନାରୀ ନିର୍ଯାତନା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ, ଅନୁପ୍ରବେଶକାରୀଙ୍କ ଅବାଧ ପ୍ରବେଶ, ଦଳୀତ ଓ ଜନଜାତିଙ୍କ ଉପରେ ଅତ୍ୟାଚାର ବୃଦ୍ଧି, ସାଧାରଣ ପ୍ରଶାସନ ବିଭାଗରେ ଜମି ଦୁର୍ନୀତି ଏକ ବଡ଼ ସଙ୍କଟ ସୃଷ୍ଟି କରିଛି । ରାଜ୍ୟରେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛନ୍ତି । ବିରୋଧୀଙ୍କ ଏହି ଅଭିଯୋଗର ଖନ୍ଦନ କରି ଶାସକ ବିଧାୟକ ଅମର ଶତପଥୀ, ପ୍ରଫୁଲ୍ଲ ସାମଲ, ଅତନୁ ସବ୍ୟସାଚୀ ପ୍ରମୁଖ ରାଜ୍ୟର ଆଇନ ଶୃଙ୍ଖଳା ବେଶ ଭଲ ରହିଛି ବୋଲି ଯୁକ୍ତି ରଖିଥିଲେ । ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ଥିବାରୁ ଓଡ଼ିଶାକୁ ଶିଳୋଦ୍ୟୋଗୀ ଓ ହକି ଭଳି ଅନ୍ତର୍ଜାତୀୟ କ୍ରୀଡାବିତ୍‌ମାନେ ପସନ୍ଦ କରୁଥିବା ଦର୍ଶାଇଥିଲେ ।
ଶିଶୁ ଓ ମହିଳାଙ୍କୁ ନେଇ ରାଜନୀତି କରାନଯାଉ
ଆଲୋଚନାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ଲକ୍ଷ୍ୟ କରି କହିଥିଲେ ଶିଶୁ ଓ ମହିଳାଙ୍କୁ ନେଇ ରାଜନୀତି କରାନଯାଉ । ଏଭଳି ସମ୍ବେଦନଶୀଳ ଘଟଣା ଗୁଡିକରେ ବିରୋଧୀ ଯେଉଁଭଳି ପ୍ରଚାର କରୁଛନ୍ତ ତାହା ଗ୍ରହଣୀୟ ନୁହେଁ । ଏହା ସାଧାରଣ ଜନତା ଓ ଯୁବବର୍ଗଙ୍କ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ଗୃହରେ ସ୍ମିତାରାଣୀ ପ୍ରସଙ୍ଗ ଉପରେ ଆସିଥିବା ଆଲୋଚନାକୁ ଲକ୍ଷ୍ୟ ରଖି ଏହା କହିଥିଲେ । ୧୯ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀ ଅଛନ୍ତି । ବିଜଦର ସଭାପତି ଅଛନ୍ତି । ଏହି ସମୟର ରାଜନୈତିକ ଅନୁଭୂତି ଯଥେଷ୍ଟ ରହିଛି । ମହିଳାଙ୍କୁ ନେଇ ରାଜନୀତି କରାଯିବା ଘଟଣାକୁ ସରକାର ପସନ୍ଦ କରନ୍ତି ନାହିଁ । ଯେତେସବୁ ଅଭିଯୋଗ ଆସିଛି ତାହାର ଅନୁସନ୍ଧାନ ପରେ କାର୍ଯ୍ୟାନୁଷ୍ଠାନ ହେଉଛି । ଦୁଷ୍କର୍ମ ଜନିତ ୪ଟି ରେଡ ଫ୍ଲାଗ୍‌ ମାମଲାରେ ୪ଜଣ ଅପରାଧୀଙ୍କୁ ମୃତୁ୍ୟଦନ୍ଦ ଦିଆଯାଇଛି । ଆଇନ ଶୃଙ୍ଖଳାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖାଯାଇଛି । ଲୋକଙ୍କ ପାଖରେ ପୁଲିସ ସେବା ପହଞ୍ଚôବା ପାଇଁ ୫ଟି ଓ ମୋ ସରକାର କାର୍ଯ୍ୟକ୍ରମ ଚାଲୁରହିଛି । ଏହା ମଧ୍ୟରେ ବ୍ୟକ୍ତିଗତଭାବେ ୩ଶହ ଥାନାକୁ ଫୋନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ୨୫୦୦ରୁ ଅଧିକ ଥାନାକୁ ଆସିଥିବା ଲୋକଙ୍କ ସହ କଥା ହୋଇଛି । ୫ଟି ଏକ ଉପାଦେୟ ପଦକ୍ଷେପ । ଏହା ଜରିଆରେ ଲୋକଙ୍କ ପାଖରେ ଆଇନର ବ୍ୟବସ୍ଥା ପହଞ୍ଚô ପାରିବ । ଗୃହରୁ ଜଣେ ବରିଷ୍ଠ ସଦସ୍ୟଭାବେ ସ୍ପଷ୍ଟ କରିବାକୁ ଚାହେଁ ଯେ ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବରଦାସ୍ତ କରାଯିବ ନାହିଁ । ଏକ୍ଷେତ୍ରରେ ସରକାର ଅତି ସମ୍ବେଦନର ସହ ମାମଲା ଗୁଡିକର ତ୍ୱରିତ ବିଚାର ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଲିଖିତ ବିବୃତ୍ତି ଉପରେ ଆମେ ବିଶ୍ୱାସ କରୁନାହୁଁ । ଯେଉଁସବୁ ତଦନ୍ତରେ ସନେ୍ଦହ ହେଉଛି ସେଥିପାଇଁ ଆଇନରେ ଅଧିକ ବ୍ୟବସ୍ଥା ରହିଛି । ସରକାର କୌଣସି ପରିସ୍ଥିତିରେ ଶିଶୁ ନାରୀମାନଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାରକୁ ବରଦାସ୍ତ କରିବେ ନାହିଁ । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ପଛେଇବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ତରରେ ଅସନ୍ତୁଷ୍ଟ ପ୍ରକାଶ କରି ବିରୋଧୀ କଂଗ୍ରେସ ବିଧାୟକମାନେ ପ୍ରତିବାଦରେ କକ୍ଷତ୍ୟାଗ କରି ଚାଲିଯାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*