ଗଣତି ପରେ ପ୍ରକାଶ ପାଇବ ରବି ପରୀକ୍ଷା ଫଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ମୁଖିଆ କଦାଚ ତାଙ୍କ ନିଷ୍ପତ୍ତି ବଦଳାନ୍ତି ନାହିଁ । ପରେ ଅବଶ୍ୟ ନିଷ୍ପତ୍ତିର ପୁର୍ନବିଚାର ହୁଏ । ଦଳରୁ ନିକାଲି ଦେଇ ପୁଣି ଦରକାର ପଡିଲେ କୋଳେଇ ନେବାର ଅଭ୍ୟାସ ମୁଖିଆଙ୍କର ଅଛି । କିନ୍ତୁ ତତ୍‌କ୍ଷଣାତ୍‌ ନିଷ୍ପତ୍ତି ଅକାଟ୍ୟ, ଅପରିବର୍ତ୍ତନୀୟ ଓ ଶିରୋଧାର୍ଯ୍ୟ ।
ବାଲେଶ୍ୱର ଆସନ ଲାଗି ସ୍ୱରୂପ ଦାସଙ୍କ ନାମ ରବିଙ୍କ ଆଡୁ ଆସିଥିଲା । ମୁଖିଆ ସ୍ୱରୂପ କିଏ ନା କୁରୁପ କିଏ? ନିଜ ଏମେଲେଙ୍କୁ ତ ଚିହ୍ନନ୍ତି ନାହିଁ, ସ୍ୱରୂପ ନାମକ ଜଣେ ପୂର୍ବତନ କାଉନସିଲରଙ୍କୁ କେମିତି ଚିହ୍ନନ୍ତେ? ଯାହାହଉ ତାଙ୍କୁ ଟିକଟ ଦବା ଲାଗି ମୁଖିଆ ନିଷ୍ପତ୍ତି ନେଇଗଲେ । ଥରେ ନେଇଗଲେ ମାନେ ନେଇଗଲେ ।
ନିବାସରେ ରବି ଭାବିଥିଲେ ପୁରୁଣା ଘନିଷ୍ଠତା ଦେଖି ମୁଖିଆ କହିବେ ‘ନାଇରେ ବାବୁ! ତମେ ଠିଆ ହେଇଯାଅ’ । ଖେଳ ଚପଟ ହେଇଗଲା । ସିଆଡେ ପନôୀଙ୍କୁ କହିଆସିଚନ୍ତି ଟିକଟ ତମର ପକ୍କା । ଗଲାଥର ବସ୍ତା ନହେଲା ନାହିଁ ଏଥର ବାଲେଶ୍ୱର ତମର । ଯେତେବେଳେ ଖେଳ ମାରା ହେଇଗଲା, ରବି ବାବୁ ଅସଲ ଖେଳ ଖେଳିଦେଲେ । କୋଭିଡ୍‌ ନିୟମକୁ ଫୁ କରି ବାଲେଶ୍ୱର ଅଫିସ୍‌ ଆଗରେ ଠୁଳ ହେଇଗଲେ ହଜାରେ ଉପରେ ରବି ଫ୍ୟାନ୍‌ ।
ଚାଲିଲା ନାରାବାଜି । ରବି ଭାଇଙ୍କୁ ଦିଅ ଟିକଟ । ସ୍ୱରୂପ ଆମର ଲୋଡା ନାହିଁ । କେହି କେହି ମୁର୍ଦ୍ଦାବାଦ୍‌ ଧ୍ୱନି ବି ପକେଇ ଦେଲେ । ରବିଙ୍କର ନୁହେଁ ବା ମୁଖିଆଙ୍କର! ଦି’ଦିନ ଶଙ୍ଖ ନେତାଙ୍କୁ ଆଣ୍ଠେଇ ଦେଲେ ଆମ ରବି ଭାଇ ।
ଆମକୁ ଖବର । ତୁମମାନଙ୍କୁ ମିଛ ଲାଗିପାରେ । ରବି ଭାଇଙ୍କୁ ଶାନ୍ତ କରିବା ଲାଗି ରାଜ୍ୟସଭା ଥୋପ ଦେଇଥିଲେ ପର୍ଯ୍ୟବେକ୍ଷକ । ତାକୁ ବି ରବି ଭାଇ ଠୁକୁରେଇ ଦେଲେ । କହିଲେ ୨୨ ବେଳକୁ କିଏ ଥିବ କିଏ ନଥିବ କିଏ ଜାଣେ?
ସବୁ ଖବର କିନ୍ତୁ ମୁଖିଆ ଓ ସୁପର ମୁଖିଆଙ୍କ କାନକୁ ଯାଇଚି । କିନ୍ତୁ ଅବସ୍ଥା ଏମିତି ଯେ, ଏବେ ରବିଙ୍କୁ ତଡିବାମାନେ ପ୍ରାର୍ଥୀଙ୍କୁ ଚାନ୍ଦିପୁର ସମୁଦ୍ରରେ ଭସେଇ ଦବା । ଆମ ଖବରକୁ ବଡ଼ବାବୁ ଏବେ ରକ୍ତ ଚାଉଳ ଚୋବଉଚନ୍ତି । ଆଟାକ୍‌ କରିବା ସମୟ ଏବେ ନୁହେଁ । କିନ୍ତୁ ମୁର୍ଦ୍ଦାବାଦ୍‌ ସ୍ଲୋଗାନ୍‌ ବଡ଼ ବାବୁଙ୍କ କାନରେ ଗୁଞ୍ଜୁରୁଚି ।
କିନ୍ତୁ କରିବେ କ’ଣ? ଚର୍ଚ୍ଚା ହେଲାଣି ଯେ, ରବିଙ୍କ ଭଲ ବେଳ ଗଲାଣି । ଗଣତି ସରିବ ନଭେମ୍ବର ୧୦ ତାରିଖରେ । ଭୋଟ ସରିବ ୩ ତାରିଖରେ । ସେତେ ଦିନ ଯାଏ ରବିଙ୍କୁ ବରଦାସ୍ତ କରିବେ ମୁଖିଆ । ହୁଏତ ଭୋଟ ଗଣତି ପରେ ରବିଙ୍କ ଫଳ ବାହାରିପାରେ । କିଏ କହିଲାଣି ୩ ତାରିଖ ଯାଉଁ ଯାଉଁ ରବି ପରୀକ୍ଷା ଫଳ ଘୋଷଣା କରିଦେବେ ମୁଖିଆ । ଦେଖାଯାଉ ତାଙ୍କୁ ମୁଖିଆ ମାଫ୍‌ କରିବେ ନା ଦଳରୁ ନିକାଲି ଦେବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*