ଗଠବନ୍ଧନ ପ୍ରସଙ୍ଗ କଂଗ୍ରେସକୁ ବୁଝାଇ ବୁଝାଇ ଥକି ଗଲୁଣି : କେଜ୍ରି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଗଠବନ୍ଧନ ପାଇଁ ବୁଝାଇ ବୁଝାଇ ଆମେ ଥକି ପଡିଲୁଣି । ହେଲେ କଂଗ୍ରେସ ବୁଝୁ ନାହିଁ । ଭାଜପାକୁ ହରାଇବା ପାଇଁ ଜଣେ ମାତ୍ର ପ୍ରାର୍ଥୀ ବିରୋଧରେ ଠିଆ ହେବା ଦରକାର । ଭୋଟ ବିଭାଜନ ହେଲେ ଭାଜପା ବାଜିମାରିପାରେ, ଏହା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲ ।
କେଜି୍ରୱାଲ କହିଛନ୍ତି ଯେ, ଆଜି ଯଦି କଂଗ୍ରେସ ସହ ଗଠବନ୍ଧନ ହୁଏ ତେବେ ଦିଲ୍ଲୀର ୭ଟି ଆସନରୁ ଗୋଟିଏ ବି ଆସନ ଜିତିପାରିବ ନାହିଁ । ପୂର୍ବରୁ କଂଗ୍ରେସ ଏକାକି ଲଢିବାର ଘୋଷଣା କରିଛି । ହେଲେ ଆମେ ଚେଷ୍ଟା କରୁଛୁ କଂଗ୍ରେସକୁ ସାଥିରେ ନେବା ପାଇଁ । ବର୍ତ୍ତମାନ ସୁଦ୍ଧା ଆମେ ବିଫଳ ହୋଇଛୁ କଂଗ୍ରେସକୁ ବୁଝାଇବାରେ । ଯଦି ଗଠବନ୍ଧନ ନହୁଏ ତେବେ ଭାଜପାକୁ ରୋକିବା କଷ୍ଟ ହେବ । କାରଣ ଭୋଟ ବିଭାଜନ ହେବ । କେଜି୍ର ଆହୁରି ଅଭିଯୋଗ ଆଣିଛନ୍ତି ଯେ, କଂଗ୍ରେସର ଏହି ଆଭିମୁଖ୍ୟ ସ୍ପଷ୍ଟ କରୁଛି ଯେ ଏହି ଦଳ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ଭାଜପା ଜିତୁ ବୋଲି ଚାହୁଁଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*