ଖୋଲିଲା ଶିମିଳିପାଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ବାରିପଦା / ଯଶିପୁର

ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଭ୍ରମଣ ପାଇଁ ପର୍ଯ୍ୟଟକମାନଙ୍କ ପାଇଁ ଶୁକ୍ରବାରଠାରୁ ଖୋଲାଯାଇଛି । ପ୍ରଥମ ଦିନରେ ପିଠାବଟା ଓ କାଳିଆଣି ତନଖି ଫାଟକ ଦେଇ ୨୧ଟି ଗାଡ଼ିରେ ଶହେରୁ ଊଦ୍ଧ୍ୱର୍ ପର୍ଯ୍ୟଟକ ପ୍ରବେଶ କରି ଶିମିଳିପାଳ ଭ୍ରମଣ କରିଥିଲେ । ଶିମିଳିପାଳ ମଧ୍ୟରେ ପଲିଥିନ ବ୍ୟବହାରକୁ ନିଷିଦ୍ଧ କରାଯାଇଛି । ବରେହିପାଣି ଜଳପ୍ରପାତ ପର୍ଯ୍ୟଟନସ୍ଥଳ ନିକଟରେ ପରିବେଶ ବିକାଶ କମିଟି ପକ୍ଷରୁ ପର୍ଯ୍ୟଟକମାନଙ୍କ ପାଇଁ ୧୦୦ ଟଙ୍କାରେ ନିରାମିଷ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ବର୍ଷା ଋତୁର ଶିମିଳିପାଳ ପର୍ବତମାଳାର ରାସ୍ତାଗୁଡିକ ଧୋଇ ହୋଇଯାଉଥିବାରୁ ଜୁନ୍ ମାସ ୧୫ ତାରିଖଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ ପ୍ରବେଶ ପଥକୁ ବନ୍ଦ କରାଯାଇଥିଲା । ପ୍ରତ୍ୟହ ସକାଳ ୬ଟାଠାରୁ ୯ଟା ମଧ୍ୟରେ ପିଠାବଟା ତନଖି ଫାଟକ ଦେଇ ସର୍ବାଧିକ ୨୫ଟି ଗାଡ଼ି ଏବଂ କାଳିଆଣି ତନଖି ଫାଟକ ଦେଇ ସର୍ବାଧିକ ୩୫ଟି ଗାଡ଼ି ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯିବ । ବଙ୍ଗଳାଗୁଡିକରେ ରାତ୍ରୀ ରହଣି ପାଇଁ ଙ୍ଗଙ୍ଗଙ୍ଗ.ରମକ୍ଟଗ୍ଧକ୍ଟଙ୍କକ୍ସକ୍ଟୟସଗ୍ଦଷବ.ମକ୍ଟଜ୍ଞ ରେ ଅଗ୍ରୀମ ପୈଠ କରି ଆରକ୍ଷଣ କରିବାକୁ ପଡ଼ିବ । ଶିମିଳିପାଳର ଘଞ୍ଚ ଶାଳଜଙ୍ଗଲ, ଜରଳା ଓ ବରେହିପାଣି ଜଳପ୍ରପାତ, ବନ୍ୟଜନ୍ତୁ, ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ । ଦେଶରେ କେବଳ ଶିମିଳିପାଳରେ କଳାରଙ୍ଗର ମହାବଳ ବାଘ ରହିଛନ୍ତି । ଶିମିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ୨୭୫୦ ବର୍ଗ କିଲୋମିଟର ଅଞ୍ଚଳ ଦେଶର ସର୍ବବୃହତ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ । ଗତ ବର୍ଷ ୩୦ ଜଣ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୩୦ ହଜାର ୯୨ ଜଣ ପର୍ଯ୍ୟଟକ ଶିମିଳିପାଳ ଭ୍ରମଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*