କୃଷକ ସୁରକ୍ଷା ଅଭିଯାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନାଉଗାଁ

ଜଗତସିଂହପୁର ନବନିର୍ମାଣ କୃଷକ ସଂଗଠନ ଆନୁକୂଲ୍ୟରେ ପରିଚାଳିତ ‘କୃଷକ ସୁରକ୍ଷା ଅଭିଯାନ’ ନାଉଗାଁ ବ୍ଲକସ୍ଥିତ ବଛାଳୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭନ୍ଦାଇଲୋ ଗ୍ରାମ ଅନନ୍ତ ଗୋପଳ ଆଶ୍ରମରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବରିଷ୍ଠ କୃଷକ ନେତା ବ୍ରହ୍ନାନନ୍ଦ ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ରାଜ୍ୟ ସହସଂଯୋଜକ ରଶ୍ମୀରଞ୍ଜନ ସ୍ୱାଇଁ, ଜିଲ୍ଲା ସଂଯୋଜକ ଦୁର୍ଗା ଚରଣ ସ୍ୱାଇଁ, ରାଜ୍ୟ କମିଟି ସଦସ୍ୟ ଦେବୀ ପ୍ରସାଦ ମହାରଣା, ଜିଲ୍ଲା ସହ ସଂଯୋଜକ ଅଶୋକ କୁମାର ସ୍ୱାଇଁ, ନାଉଗାଁ ବ୍ଲକ ସଂଯୋଜକ କୈଳାଶ ଚନ୍ଦ୍ର ପରିଡା, ଜିଲ୍ଲା କମିଟି ସଦସ୍ୟ ପ୍ରଫୁଲ ପରିଡା, ଶରତ ଚନ୍ଦ୍ର ନାୟକ ସମେତ ବାଲିକୁଦା ବ୍ଲକର ଅଶୋକ କୁମାର ସ୍ୱାଇଁ,ଦେବାଶିଷ ଦାସ ସମେତ ଶତାଧିକ କୃଷକ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଚାଷୀର ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ସହିତ ଶୀତଳଭନ୍ଦାର, ଜଳସେଚନ ଆଦି ସହିତ ଚାଷୀର କାଳିଆ ଟଙ୍କା ପ୍ରଦାନ କରାଯିବା ପାଇଁ ଦାବି ଉପସ୍ଥାପନ କରାଯାଇଥିଲା । ଏହି ସମସ୍ତ ଦାବିକୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯିବ ବୋଲି ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*