କିଏ ବଡ଼? ଫକିରମୋହନ ନା ନବୀନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବିଜୁ ବାପା ହେଲେ ଟଲ୍‌ ମ୍ୟାନ୍‌ । ତାଙ୍କ ଛବି ବହି ପାଇଁ ଲକ୍ଷଲକ୍ଷ ଟଙ୍କା ସାରିଦେଲେ ସରକାର । ତାମିଲ ଲେଖକ ପୁଳାଏ ଛବି ଭର୍ତ୍ତି କରି ବିଜୁ ବାବୁଙ୍କୁ ଡେଙ୍ଗା କରିପକାଇଥିଲେ । କିନ୍ତୁ ବିଜୁ ଯଦି ଟଲ୍‌ ମ୍ୟାନ୍‌, ତେବେ ତାଙ୍କ ପୁଅ ନବୀନ ବାବୁ ଟଲେଷ୍ଟ ମ୍ୟାନ୍‌ । ଏକଥା ଶଙ୍ଖ ଦଳିଆ କଥାରେ,କାମରେ ଆଉ ହୋର୍ଡିଂରେ ଦେଖେଇ ଦେଇସାରିଲେଣି ।
ରାଇଜସାରା ଛତୁ ଯେମିତି ଫୁଟେ, ସେମିତି ବିଜୁବାବୁଙ୍କ ମୂର୍ତ୍ତୀ ଫୁଟେଇ ଦେଇଚନ୍ତି ସରକାର । ଆଉ ବରପୁତ୍ର ମାନଙ୍କ ପାଇଁ ଇଞ୍ଚେ ଜାଗା ବି ନାହିଁ । ପୁଅ ଯେତେବେଳେ ୧୯ବର୍ଷ ଶାସକ, ସେତେବେଳେ ସୁଯୋଗ ହାତଛଡା କରିବେ କାହିଁକି? ତେଣୁ ମହତାବ ହୁଅନ୍ତୁ କି ଆଉ କେହି ସମସ୍ତେ ବାଙ୍ଗରା, କେବଳ ଡେଙ୍ଗା ହେଲେ ବିଜୁ ବାବୁ ।
କିନ୍ତୁ ତାଙ୍କଠୁ ଅଧିକ ଡେଙ୍ଗା ହଉଚନ୍ତି ପୁଅ ନବୀନ । ମୁଖିଆଙ୍କ ଖାସମ୍‌ଖାସ୍‌ ଋଷି ସାମନ୍ତରା ଶହୀଦଙ୍କ ସମ୍ପର୍କୀୟଙ୍କୁ ଅସମ୍ମାନ କରି ଏବେ ଇଣ୍ଟର ନ୍ୟାସନାଲ ଫିଗର । କିନ୍ତୁ ଓଡ଼ିଶାର ବରପୁତ୍ରଙ୍କୁ ଅସମ୍ମାନିତ କରିଥିବା ଲୋକଙ୍କୁ ନିହାତି ଓଡ଼ିଶା ଗୌରବ ସମ୍ମାନ ଦବା କଥା ।
ଫଟୋକୁ ଭଲ ଭାବେ ଦେଖନ୍ତୁ । ବିଦ୍ୟା ନଗରୀ ବାଲେଶ୍ୱର ସହରର ଫକିରମୋହନ ଗୋଲେଇ ଛକ । ଏଠାରେ ଲଗାଥିଲା ବ୍ୟାସକବି ଫକିରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତୀ । କିନ୍ତୁ ଶଙ୍ଖ ଦଳିଆଙ୍କ ମନକୁ ଗଲାନାହିଁ । ଏ ପତଳା ଡେଙ୍ଗା ଲୋକର ମୂର୍ତ୍ତୀ ମୁଖିଆଙ୍କଠୁ ଡେଙ୍ଗା ହବ କେମିତି? ତହୁଁ ତାଙ୍କ ପଛକୁ ଲଗାଇ ଏକ ବଡ଼ ବ୍ୟାନର ଟଙ୍ଗେଇ ଦେଲେ ଶଙ୍ଖ ଦଳିଆ । ପୂରା ବ୍ୟାସକବିଙ୍କ ବାଡ଼କୁ ଲଗାଇ ।
ଦେଖିଲା ଲୋକେ ଜାଣିପାରିଲେଣି ଯେ ଡେଙ୍ଗା କିଏ? ଫକିରମୋହନ ନା ପଟନାୟକ ନବୀନ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*