କଳଙ୍କି ଖାଉଥିବା ବାହାନରେ ଗଛ ଲଗାଇଲେ ପୁଲିସ୍‌ କର୍ମୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଥିରୁଅନନ୍ତପୁରମ୍‌

କେରଳର ତ୍ରିଶୁର ଜିଲ୍ଲାରେ ଚେରୁଥୁର୍ଥୀ ପୁଲିସ୍‌ ଷ୍ଟେସନ୍‌ ବର୍ତ୍ତମାନର ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କଥା କ’ଣ କି, କଳଙ୍କି ଲାଗିରହିଥିବା ବାହାନଗୁଡ଼ିକରେ ଚାଷ କରି ଏଠାକାର ପୁଲିସ୍‌କର୍ମୀ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଖବର ମୁତାବକ, ୨୦୧୯ରେ ରାଜ୍ୟର ପୁଲିସ୍‌ ଷ୍ଟେସନ୍‌ରେ ୪୦ ହଜାରରୁ ଊଦ୍ଧ୍ୱର୍ ବାହାନ କଳଙ୍କି ଲାଗି ରହିଥିବା ବେଳେ କିଛି ବାହାନ ପଡ଼ି ରହି ଖତ ଖାଉଥିଲା । ଏହି ବାହାନଗୁଡ଼ିକରେ ଦୁଇ ଚକିଆ ଯାନରୁ ନେଇ ଭାରି ଯାନବାହନ ମଧ୍ୟ ଥିଲା । ତେବେ ଏଗୁଡ଼ିକ ଥାନାରେ ପଡ଼ି ରହି କଳଙ୍କି ଖାଉଥିବା ବେଳେ ଚେରୁଥୁର୍ଥୀ ଷ୍ଟେସନ୍‌ର ପୁଲିସ୍‌ କର୍ମୀମାନେ କିଛି ଅଲଗା କରି ଦେଖାଇବା ଲାଗି ଚିନ୍ତା କରି ଏଥିରେ ଗଛ ଲଗାଇବା ଆରମ୍ଭ କରିଥିଲେ । ବର୍ତ୍ତମାନ ଏଥିରୁ ଫଳୁଥିବା ପନିପରିବା ପୁଲିସ୍‌ କ୍ୟାଣ୍ଟିନ୍‌ରେ କାମରେ ଆସୁଛି । ତେବେ ଏହାର ଦାୟିତ୍ୱ ରଙ୍ଗରାଜ ନେଇଥିଲେ । ରଙ୍ଗରାଜ ସିଭିଲ୍‌ ପୁଲିସ୍‌ ଅଧିକାରୀ ହେବା ସହ ଜଣେ କୃଷକ ମଧ୍ୟ । ସେ ଅନ୍ୟ ଅଧିକାରୀଙ୍କ ସହ ମିଶି ଏହି ଚାଷ ଆରମ୍ଭ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*