କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନ ୧୩ ବିଦ୍ରୋହୀ ବିଧାୟକଙ୍କୁ ଟିକଟ ଦେଲା ଭାଜପା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସି:ବାଙ୍ଗାଲୁର
ଭାଜପା କର୍ଣ୍ଣାଟକ ଉପନିର୍ବାଚନ ପାଇଁ ନିଜ ୧୩ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ଯେଉଁ ପ୍ରମୁଖ ନାମ ରହିଛି ସେମାନଙ୍କ ମଧ୍ୟରେ ଅଛନ୍ତି କେ. ସୁଧାକର, ବି.ସି ପାଟିଲ, ଶିବରାମ ହେବ୍‌ବର, ଆନନ୍ଦ ସିଂ, ଏସଟି ସୋମଶେଖର ପ୍ରମୁଖ । ଏହି ସମସ୍ତ ପ୍ରାର୍ଥୀ କଂଗ୍ରେସ ଏବଂ ଜଦଧର ବିଦ୍ରୋହୀ ବିଧାୟକ ଥିଲେ ଏବଂ ଗୁରୁବାର ଭାଜପାରେ ସାମିଲ ହୋଇଥିଲେ । ରାଜ୍ୟରେ ୫ ଡିସେମ୍ବରରେ ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ ।
୧୭ ବିଦ୍ରୋହୀ ବିଧାୟକ ନିର୍ବାଚନ ଲଢ଼ିପାରିବେ ବୋଲି ସୁପ୍ରିମକୋର୍ଟ ବୁଧବାର ନିଦେ୍ର୍ଦଶ ଦେଇଥିଲେ । ତେବେ ୧୫ଟି ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ତେବେ ଶିବାଜୀ ନଗରର ଅଯୋଗ୍ୟ ଘୋଷିତ କଂଗ୍ରେସ ବିଧାୟକ ଏବଂ ଅନ୍ୟ ବିଧାୟକ ରୋଷନ ବେଗ ଭାଜପାରେ ସାମିଲ ହୋଇନାହାଁନ୍ତି । ଭାଜପା ସୂତ୍ରରୁ ଜଣାପଡ଼ିଛି ଯେ ବେଗଙ୍କୁ ନେଇ ଦଳର ନେତୃତ୍ୱ ଖୁସି ନୁହଁନ୍ତି । କାରଣ ବେଗଙ୍କ ନାମରେ ଆଇଏମଏ ପୋଞ୍ଜି ମାମଲାର ଯାଞ୍ଚ ଚାଲିଛି । ସୂଚନାଯୋଗ୍ୟ ଯେ ବୁଧବାର ୭ ଥର ବିଧାୟକ ରହିଥିବା ବେଗ ଦାବି କରିଥିଲେ ଯେ ଖୁବଶୀଘ୍ର ଅନ୍ୟ ବିଧାୟକଙ୍କ ସହିତ ଆମେ ଭାଜପାରେ ସାମିଲ ହେବୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*