କରୋନା ସନ୍ଦେହରେ ସେଲୁନ ମାଲିକ ବ୍ଲେଡ୍‌ରେ କାଟି ଦେଲେ ବେକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଗାଜିଆବାଗ

କରୋନା ଭାଇରସ୍‌ ଭୟରେ ଜଣେ ବ୍ୟକ୍ତି ନିଜେ ବ୍ଲେଡ୍‌ରେ ବେକ କାଟି ଆତ୍ମହତ୍ୟା କରିଛନ୍ତି । ସୂଚନା ମିଳିବା ପରେ ପୁଲିସ୍‌ ଓ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା ବେଳେ ଏହି ପରିବାର ଲୋକଙ୍କ ନମୁନାକୁ ମଧ୍ୟ ଯାଞ୍ଚ କରିଛି ।
ବାଗପତ ଅଞ୍ଚଳରେ ରହୁଥିବା ସୁଶୀଲ କୁମାର ନାମକ ଏହି ୩୫ ବର୍ଷିୟ ଯୁବକ ସେଲୁନ୍‌ କରି ପରିବାର ପୋଷଣ କରନ୍ତି । ସପ୍ତାହ ତଳେ ତାଙ୍କୁ ଜ୍ୱର ହୋଇଥିଲା । ଏହାପରେ ତଣ୍ଟି ସମସ୍ୟା ଦେଖାଦେଇଥିଲା । ଡାକ୍ତରଙ୍କୁ ଦେଖାଇ ସେ ଔଷଧ ମଧ୍ୟ ଖାଇଥିଲେ । ତେବେ ଆଖପାଖ ଅଞ୍ଚଳର ଲୋକେ ସୁଶୀଲଙ୍କୁ କରୋନା ହୋଇଥିବା ସନେ୍ଦହରେ ଦୂରତ୍ୱ ରକ୍ଷା କରୁଥିଲେ । ଏପରିକି ତାଙ୍କ ଦୋକାନକୁ ଆସୁନଥିଲେ । ଏଥିରେ ମାନସିକ ଭାରସାମ୍ୟ ହରାଇଥିଲେ ସୁଶୀଲ । ସେ ପରିବାର ଠାରୁ ଅଲଗା ଗୋଟିଏ ରୁମ୍‌ରେ ରହୁଥିଲେ । ତେବେ ରବିବାର ଯେତେବେଳେ ତାଙ୍କ ରୁମ୍‌ ଖୋଲାଗଲା ସେତେବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲେ । ପୁଲିସ୍‌ କହିବା ଅନୁସାରେ ସୁଶୀଲ କିମ୍ବା ତାଙ୍କ ପରିବାର କେହି କରୋନା ପଜେଟିଭ ନାହାଁନ୍ତି । ତେବେ ଭୟରେ ସୁଶୀଲ ଦାଢିକଟା ବ୍ଲେଡ୍‌ରେ ନିଜ ବେକ କାଟି ଆତ୍ମହତ୍ୟା କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*