କରୋନା ପାଇଁ ସଚେତନତା କାର୍ଯ୍ୟକ୍ରମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ସାରା ବିଶ୍ୱରେ କୋରନା ଭାଇରସ ବ୍ୟାପିଥିବାବେଳେ ଓଡ଼ିଶାରେ ମଧ୍ୟ ଜଣେ ଯୁବକଙ୍କଠାରେ ପଥମ କରୋନା ଭାଇରସ ଚିହ୍ନଟ କରାଯାଇଅଛି । ଏହି ଭାଇରସରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ବିଭିନ୍ନ ସଂଗଠନ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଥିବାବେଳେ ଓଡ଼ିଶାରେ ଉଠାଦୋକାନୀ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସର୍ବବୃହତ୍ ସଂଗଠନ ନିଖିଳ ଉକ୍ରଳ କ୍ଷୁଦ୍ର ବ୍ୟବସାୟୀ ଓ ଭୋନ୍ଦିଂଜୋନ ସୁରକ୍ଷା ଟ୍ରଷ୍ଟ ତରଫରୁ ମଙ୍ଗଳବାର ସ୍ଥାନୀୟ ୟୁନିଟ୍-୨ ବଜରଙ୍ଗ ଭେନ୍ଦିଂଜୋନ(·ରା) ଠାରେ ପାଖାପାଖି ୨୫୦ରୁ ଅଧିକ ଉଠାଦୋକାନୀ, ଭେନ୍ଦିଂଜୋନ୍ର ଦୋକାନୀ ଓ ପଥ·ରୀମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ଏତଦ୍ବ୍ୟତୀତ ନିଜ ନିଜ ଅଞ୍ଚଳକୁ ପରିସ୍କାର ପରିଚ୍ଛନ୍ନ ରଖିବା ପାଇଁ ୨୦୦ଟି ଡ଼ଷ୍ଟବିନ୍ ଓ ୧୦୦ଟିରୁ ଅଧିକ ଝାଡୁ ଦୋକାନୀମାନଙ୍କୁ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ଯୋଗ ଦେଇ କହିଲେ ଯେ, କୋରନା ଭାଇରସକୁ ଭୟ କରନ୍ତୁ ନାହିଁ, ଏଥିପାଇଁ ସଚେତନତା ସୃଷ୍ଟି କରିବା ସହିତ ନିୟମିତ ବ୍ୟବଧାନରେ ହାତକୁ ଭଲଭାବରେ ଧୋଇବା ଆବଶ୍ୟକ । ତେବେ ଯାଇ କରୋନା ଭାଇରସ ଲୋକମାନଙ୍କ ଠାରୁ ଦୂରେଇଯିବ । କାର୍ଯ୍ୟକ୍ରମକୁ ସମ୍ପାଦକ ଅନୁଜ କୁମାର ପ୍ରଧାନ ପରି·ଳନା କରିଥିବାବେଳେ ବଜରଙ୍ଗ ଭେନ୍ଦିଂଜୋନର ସମ୍ପାଦକ କୈଳାସ ପାତ୍ର, ସୁଦର୍ଶନ ପୃଷ୍ଟି, ନିରଞ୍ଜନ ପାନେ୍ଦ, ସୂର୍ଯ୍ୟମଣି ସାହୁ, ବିପିନ ବିହାରୀ ଜେନା, ସତ୍ୟ ନାରାୟଣ ମହାପାତ୍ର, ବିରଞ୍ଚô ନାରାୟଣ ଗାଣ୍ଠିଆ, ରାନୁ ନାୟକ, ବିଦେଶ ବେହେରା, ଗୁନା ସ୍ୱାଇଁ ପ୍ରମୁଖ ଯୋଗଦେଇ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ କରୋନା ଭାଇରସକୁ ମୁକାବିଲା କରିବା ପାଇଁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଏତଦ୍ବ୍ୟତୀତ ଆଗକୁ ଆହୁରି ଉଠାଦୋକାନୀ ଓ ଭେନ୍ଦିଂଜୋନର ଦୋକାନୀମାନଙ୍କୁ ଡ଼ଷ୍ଟବିନ୍, ମାସ୍କ ଓ ଝାଡୁ ବଣ୍ଟନ କରାଯିବ ବୋଲି ସଭାପତି ଶ୍ରୀ ସାହୁ ପ୍ରକାଶ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*